ନେହରୁଙ୍କୁ କରାଯାଉଛି ବଦନାମ, ଇତିହାସରୁ ନାଁ ହଟାଇବାକୁ ଚାଲିଛି ଷଡ଼ଯନ୍ତ୍ର

Advertisment

ବିଜେପିକୁ ଶାଣିତ ଢଙ୍ଗରେ ସୋନିଆ ଗାନ୍ଧୀଙ୍କ ଟାର୍ଗେଟ୍ । ବିଜେପିର ଜବାବ, ନେହରୁଙ୍କ ଭୁଲକୁ ସୁଧାରୁଛନ୍ତି ସରକାର

ବିଜେପିକୁ ଶାଣିତ ଢଙ୍ଗରେ ସୋନିଆ ଗାନ୍ଧୀଙ୍କ ଟାର୍ଗେଟ୍ । ବିଜେପିର ଜବାବ, ନେହରୁଙ୍କ ଭୁଲକୁ ସୁଧାରୁଛନ୍ତି ସରକାର

Sonia Gandhi

Sonia Gandhi Photograph: (KanakNews)

କନକ ବ୍ୟୁରୋ: ନୂଆଦିଲ୍ଲୀର ଜବାହର ଭବନରେ ନେହରୁ ସେଣ୍ଟର ଇଣ୍ଡିଆର ଶୁଭାରମ୍ଭ ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି, ସ୍ବାଧୀନତା ଆନ୍ଦୋଳନ ଓ ନୂଆ ଭାରତ ଗଠନରେ ଜବାହରଲାଲ ନେହରୁଙ୍କ ଅବଦାନକୁ ଦୁର୍ବଳ ଦର୍ଶାଇବା ପାଇଁ ବର୍ତ୍ତମାନର ସରକାର ପ୍ରୟାସ ଚଳାଛନ୍ତି । ଇତିହାସରୁ ନେହରୁଙ୍କ ନାଁ ଲିଭାଇ ଦେବାକୁ ଉଦ୍ୟମ ଚାଲିଛି ।  ଏହା କେବଳ ନେହରୁଙ୍କ ପ୍ରତି ଅସୂୟା ମନୋଭାବ ନୁହେଁ, ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ମୂଳଦୁଆକୁ ଦୁର୍ବଳ କରିଦେବା ଭଳି ଷଡ଼ଯନ୍ତ୍ର। ସ୍ବାଧୀନତା ସଂଗ୍ରାମ, ଦେଶ ଗଠନ କି ସମ୍ବିଧାନ ପ୍ରଣୟନରେ କୌଣସି ଭୂମିକା ନଥିବା ଲୋକ ଏପରି କରୁଥିବା ସୋନିଆ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ: ବଢ଼ିଲା ଗାନ୍ଧୀ ପରିବାର ଅଡୁଆ, ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖାର ମାମଲା ରୁଜୁ

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ସୋନିଆଙ୍କୁ ପାଲଟା ଆକ୍ରମଣ କରିଛି ବିଜେପି । ନେହରୁଙ୍କ ପ୍ରତି ସମ୍ମାନ ଥିଲେ ସୋନିଆ ପ୍ରଥମେ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ନେହରୁଙ୍କ ଟାଇଟଲ୍ ବା ସଂଜ୍ଞା ଯୋଡ଼ନ୍ତୁ ବୋଲି ବିଜେପି କହିଛି । ଯଦି ସେମାନେ ନେହରୁଙ୍କ ବଦଳରେ ଗାନ୍ଧୀଙ୍କ ସଂଜ୍ଞା ବ୍ୟବହାର କରିବାକୁ ପସନ୍ଦ କରୁଥାନ୍ତି, ତେବେ ନିଶ୍ଚୟ କିଛି ସମସ୍ୟା ଅଛି। ଆହୁରି ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ବାମପନ୍ଥୀ ନେତା ଡି. ରାଜା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରସଙ୍ଗ ଆଗକୁ ନୂଆମୋଡ଼ ନେଇ ଦେଶର ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।   
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe