କନକ ବ୍ୟୁରୋ: ନୂଆଦିଲ୍ଲୀର ଜବାହର ଭବନରେ ନେହରୁ ସେଣ୍ଟର ଇଣ୍ଡିଆର ଶୁଭାରମ୍ଭ ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି, ସ୍ବାଧୀନତା ଆନ୍ଦୋଳନ ଓ ନୂଆ ଭାରତ ଗଠନରେ ଜବାହରଲାଲ ନେହରୁଙ୍କ ଅବଦାନକୁ ଦୁର୍ବଳ ଦର୍ଶାଇବା ପାଇଁ ବର୍ତ୍ତମାନର ସରକାର ପ୍ରୟାସ ଚଳାଛନ୍ତି । ଇତିହାସରୁ ନେହରୁଙ୍କ ନାଁ ଲିଭାଇ ଦେବାକୁ ଉଦ୍ୟମ ଚାଲିଛି । ଏହା କେବଳ ନେହରୁଙ୍କ ପ୍ରତି ଅସୂୟା ମନୋଭାବ ନୁହେଁ, ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ମୂଳଦୁଆକୁ ଦୁର୍ବଳ କରିଦେବା ଭଳି ଷଡ଼ଯନ୍ତ୍ର। ସ୍ବାଧୀନତା ସଂଗ୍ରାମ, ଦେଶ ଗଠନ କି ସମ୍ବିଧାନ ପ୍ରଣୟନରେ କୌଣସି ଭୂମିକା ନଥିବା ଲୋକ ଏପରି କରୁଥିବା ସୋନିଆ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ: ବଢ଼ିଲା ଗାନ୍ଧୀ ପରିବାର ଅଡୁଆ, ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖାର ମାମଲା ରୁଜୁ
ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ସୋନିଆଙ୍କୁ ପାଲଟା ଆକ୍ରମଣ କରିଛି ବିଜେପି । ନେହରୁଙ୍କ ପ୍ରତି ସମ୍ମାନ ଥିଲେ ସୋନିଆ ପ୍ରଥମେ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ନେହରୁଙ୍କ ଟାଇଟଲ୍ ବା ସଂଜ୍ଞା ଯୋଡ଼ନ୍ତୁ ବୋଲି ବିଜେପି କହିଛି । ଯଦି ସେମାନେ ନେହରୁଙ୍କ ବଦଳରେ ଗାନ୍ଧୀଙ୍କ ସଂଜ୍ଞା ବ୍ୟବହାର କରିବାକୁ ପସନ୍ଦ କରୁଥାନ୍ତି, ତେବେ ନିଶ୍ଚୟ କିଛି ସମସ୍ୟା ଅଛି। ଆହୁରି ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ବାମପନ୍ଥୀ ନେତା ଡି. ରାଜା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରସଙ୍ଗ ଆଗକୁ ନୂଆମୋଡ଼ ନେଇ ଦେଶର ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/06/sonia-gandhi-2025-12-06-21-18-38.jpg)