କାନ୍ଦିଲେ ବଲିଉଡ୍ ସିଙ୍ଗର ନେହା କକ୍କର ; ଲାଇଭ୍ କନସର୍ଟରେ ହେଲେ ହଟହଟା

ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ଗୋ ବ୍ୟାକ୍ ନାରାରେ କମ୍ପିଲା ମେଲବର୍ଣ୍ଣ ଲାଇଭ କନସର୍ଟ ଭେନ୍ୟୁ।

ନେହା କକ୍କର

ନେହା କକ୍କର Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ହଟହଟା ହେଲେ ଭାରତୀୟ ଗାୟିକା ନେହା କକ୍କର । ବିଳମ୍ବରେ ଆସିବା ଯୋଗୁଁ ଫସିଲେ ନେହା । ଗାୟିକା ନେହା କକ୍କରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଭଳି ଘଟଣା ଘଟିଛି  ମେଲବର୍ଣ୍ଣରେ ଏକ କନସର୍ଟ ସମୟରେ ।  ଯେଉଁଠାରେ ନେହା ଲାଇଭ୍ ପରଫର୍ମାନ୍ସ ସମୟରେ କାନ୍ଦିଥିବାର ଦେଖିବାକୁ ମିଳିଥିଲା । ନେହା ତାଙ୍କ ସୋ’ ପାଇଁ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ନେହାଙ୍କ ଉପରେ ରାଗିଯାଇ  ଫେରିଯିବାକୁ କହିଥିଲେ । ନେହା କକ୍କର ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ପରେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଥିବା କିଛି ଲୋକ ତାଙ୍କୁ ସମାଲେୋଚନା କରି କହିଥିଲେ ,ଏହା ଭାରତ ନୁହେଁ କି ଆପଣଙ୍କର ଆଇଜିଟି ସୋ’ ନୁହେଁ । ଯଦିଓ ନେହା ନିଜ ଭୁଲ ପାଇଁ ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ, କିନ୍ତୁ ତାଙ୍କୁ ବିରୋଧ କରିବା ପରେ ସେ ମଞ୍ଚରେ କାନ୍ଦିବା ଆରମ୍ଭ କରିଥିଲେ । ଷ୍ଟେଜରେ ନେହା କହିଥିଲେ, ଆପଣମାନେ ଏତେ ସମୟ ଧରି ଅପେକ୍ଷା କରିଛନ୍ତି , ମୁଁ ମୋ ଜୀବନରେ କାହାକୁ ଅପେକ୍ଷା କରିବାକୁ ବାଧ୍ୟ କରିନାହିଁ ,ମୁଁ ବହୁତ ଦୁଃଖିତ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe