କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ହଟହଟା ହେଲେ ଭାରତୀୟ ଗାୟିକା ନେହା କକ୍କର । ବିଳମ୍ବରେ ଆସିବା ଯୋଗୁଁ ଫସିଲେ ନେହା । ଗାୟିକା ନେହା କକ୍କରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏଭଳି ଘଟଣା ଘଟିଛି ମେଲବର୍ଣ୍ଣରେ ଏକ କନସର୍ଟ ସମୟରେ । ଯେଉଁଠାରେ ନେହା ଲାଇଭ୍ ପରଫର୍ମାନ୍ସ ସମୟରେ କାନ୍ଦିଥିବାର ଦେଖିବାକୁ ମିଳିଥିଲା । ନେହା ତାଙ୍କ ସୋ’ ପାଇଁ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ନେହାଙ୍କ ଉପରେ ରାଗିଯାଇଫେରିଯିବାକୁ କହିଥିଲେ । ନେହା କକ୍କର ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ପରେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଥିବା କିଛି ଲୋକ ତାଙ୍କୁ ସମାଲେୋଚନା କରି କହିଥିଲେ ,ଏହା ଭାରତ ନୁହେଁ କି ଆପଣଙ୍କର ଆଇଜିଟି ସୋ’ ନୁହେଁ । ଯଦିଓ ନେହା ନିଜ ଭୁଲ ପାଇଁ ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ, କିନ୍ତୁ ତାଙ୍କୁ ବିରୋଧ କରିବା ପରେ ସେ ମଞ୍ଚରେ କାନ୍ଦିବା ଆରମ୍ଭ କରିଥିଲେ । ଷ୍ଟେଜରେ ନେହା କହିଥିଲେ, ଆପଣମାନେ ଏତେ ସମୟ ଧରି ଅପେକ୍ଷା କରିଛନ୍ତି , ମୁଁ ମୋ ଜୀବନରେ କାହାକୁ ଅପେକ୍ଷା କରିବାକୁ ବାଧ୍ୟ କରିନାହିଁ ,ମୁଁ ବହୁତ ଦୁଃଖିତ ।