କନକ ବ୍ୟୁରୋ: ବଲିଉଡର ଟ୍ୟାଲେଣ୍ଟେଡ୍ ଓ ଫେମସ୍ ସିଙ୍ଗର ନେହା କକ୍କର ଏବେ ନିଜର ପୋଷ୍ଟକୁ ନେଇ ଖବରରେ । ତାଙ୍କ ପୋଷ୍ଟକୁ ନେଇ ପ୍ରଶଂସକଙ୍କ ଭିତରେ ହଇଚଇ ଦେଖାଦେଇଛି । ଏବେ ସୋସିଆଲ ମିଡିଆ ତାଙ୍କୁ ଆଉ ଭଲ ଲାଗୁନି । ଏବେ ସେ ଏସବୁଥିରୁ ବ୍ରେକ୍ ଚାହାନ୍ତି । ନେହାଙ୍କର ଏଭଳି ପୋଷ୍ଟ ସାମ୍ନାକୁ ଆସିବା ପରେ ବିଜୁଳି ବେଗରେ ଭାଇରାଲ ହେଉଛି । ନେହାଙ୍କର ପ୍ରକୃତରେ କ’ଣ ହୋଇଛି ବୋଲି ପ୍ରଶଂସକଙ୍କ ଭିତରେ ପ୍ରଶ୍ନ ।
ଜାନୁଆରି ୧୯ ତାରିଖରେ ନେହା ନିଜର ଇନଷ୍ଟାଗ୍ରାମ୍ ଷ୍ଟୋରିରେ ପୋଷ୍ଟ ସେୟାର କରି ଲେଖିଥିଲେ , ’ଏବେ ମୋତେ ବ୍ରେକ୍ ଦରକାର । ସେ ସବୁଥିରୁ ବ୍ରେକ୍ ଚାହେ । ଆଉ ଫେରିବି କି ନାହିଁ ଜଣାନାହିଁ । ଦାୟିତ୍ବ, ସମ୍ପର୍କ, କାମ ଏବଂ ସବୁଥିରୁ ବ୍ରେକ୍ ନେବାର ସମୟ ଆସିଛି । ମୋତେ ଜଣାନାହିଁ ମୁଁ ଆଉ ଫେରିବି କି ନାହିଁ । ଥାଙ୍କ୍ୟୁ’।
ଦ୍ବିତୀୟ ପୋଷ୍ଟରେ ନେହା ଲେଖିଛନ୍ତି , ’ସାମ୍ବାଦିକମାନେ ମୋତେ ଦୟାକରି କ୍ୟାପ୍ଚର କରନ୍ତୁନି । ମୋର ବ୍ୟକ୍ତିଗତ ଜୀବନରେ ଦଖଲ ନଦିଅନ୍ତୁ । ମୋତେ ଆଦୌ ଫଲୋ କରନ୍ତୁନି । ଆଶା କରୁଛି ମୋର ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବେ । ମୋତେ ଏଥର ଟିକେ ସ୍ବାଧୀନତା ଦେବେ । ମୋର ଅନୁରୋଧ, ମୋତେ ଶାନ୍ତିରେ ରହିବାକୁ ସାମ୍ବାଦିକମାନେ ଅନ୍ତତଃ ଏତିକି କରନ୍ତୁ ’ ।
ଅଧିକ ପଢ଼ନ୍ତୁ: କମେଡିୟାନ୍ କେମିତି ପାଲଟିଲେ ଷ୍ଟାର୍ ? କାହାଣୀ ସୁନୀଲ ଗ୍ରୋଭରଙ୍କର
କିନ୍ତୁ ପୋଷ୍ଟରେ ଏଭଳି ଲେଖିବାର ଅଧଘଣ୍ଟା ପରେ ହିଁ ପୋଷ୍ଟକୁ ଡିଲିଟ୍ କରିଦେଲେ ନେହା । ଏହାକୁ ଦେଖି ତାଙ୍କ ପ୍ରଶଂସକ କହୁଛନ୍ତି ବୋଧହୁଏ ନେହା କିଛି ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ଏଭଳି ପୋଷ୍ଟ ପଛରେ ପ୍ରକୃତ କାରଣ ତ ଜଣାନାହିଁ କିନ୍ତୁ ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ପୋଷ୍ଟ ଡିଲିଟ୍ ହେବା ପରେ ବି ନେହାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ତେବେ କିଛି ଦିନ ତଳେ ନେହା ନିଜର ଏକ ଗୀତକୁ ନେଇ ଖୁବ୍ ଟ୍ରୋଲ ହେଉଥିଲେ। ଲଲିପପ୍ ଗୀତକୁ ନେଇ ନେଟିଜେନ୍ସ ତାଙ୍କୁ ଟ୍ରୋଲ କରିଥିଲେ । ଏହି ଗୀତକୁ ନେଇ ନେହାଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ିଛି । କିନ୍ତୁ ଏବେ ତାଙ୍କର ଏହି ପୋଷ୍ଟ ପଛର କାରଣ କ’ଣ କିଛି ବୁଝିହେଉନି । ଅନେକ ଏହାର କାରଣ ଲଲିପପ୍ ଗୀତ ବୋଲି କହୁଛନ୍ତି ।
ନେହା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାଁ । ରିଆଲିଟି ସୋ’ ’ଇଣ୍ଡିଆନ୍ ଆଇଡଲ୍’ରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ନେହା ସୋ’ରେ ବିଜୟୀ ତ ହୋଇପାରିନଥିଲେ କିନ୍ତୁ ତାଙ୍କ ଟ୍ୟାଲେଣ୍ଟ ଓ ପରିଶ୍ରମ ବଳରେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଜାଗା ବକାଇପାରିଥିଲେ। ଗୋଟେ ପଟେ ଗୋଟେ ହିଟ୍ ଗୀତ ଦେଇଛନ୍ତି ନେହା । ତାଙ୍କ ସ୍ବର ଓ ଗାଇବା ଶୈଳୀ ସମସ୍ତଙ୍କୁ ଦିୱାନା କରିଛି । ଯେଉଁ ରିଆଲିଟି ସୋ’ରେ ହାରିଯାଇଥିଲେ ସେହି ସୋ’ରେ ଜଜ୍ ହୋଇ ବସିଲେ । ହେଲେ ଏଲବେ ତାଙ୍କର ପୋଷ୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
Follow Us