କନକ ବ୍ୟୁରୋ : ମେଗା ପାଇପ୍ ଜଳଯୋଗାଣରେ ଅବହେଳା ପାଇଁ ଜବାବ ତଲବ । ୩ଜଣ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି ଆରଡବ୍ଲୁଏସସ ବିଭାଗୀୟ ଅଧିକାରୀ । ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ, ବେଗୁନିଆ ସହକାରୀ ଯନ୍ତ୍ରୀ ଏବଂ ଢେଙ୍କାନାଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ ହୋଇଛି । କାହିଁକି କାମ ଧିମେଇଛି, ସେନେଇ ଉତ୍ତର ଦେବାକୁ କଡ଼ା ଚିଠି କରିଛନ୍ତି ବିଭାଗୀୟ ଅଧିକାରୀ ।
ସରକାର କହିଛନ୍ତି , କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନୁହେଁ । ଏହାର ସନ୍ତୋଷଜନକ ଉତ୍ତର ଗୋଟିଏ ସପ୍ତାହ ଭିତରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମେଗା ପାଇପ୍ ଜଳଯୋଗାଣରେ ଅବହେଳା କରାଯାଇଛି । କେଉଁଠି ଟ୍ୟାପ୍ ଲାଗିଛି, ପାଣି ଆସୁନି । ଆଉ କେଉଁଠି ବର୍ଷବର୍ଷ ଧରି ଜଳଯୋଗାଣ ହେଉନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/15/23-2025-08-15-16-23-35.jpg)