କନକ ବ୍ୟୁରୋ : କାର୍ଯ୍ୟରେ ଅବହେଳା କଲେ ଏବେ ଦେବାକୁ ହେବ ଜରିମାନା । ଛାତ୍ରଛାତ୍ରୀଙ୍କୁ ୨୯ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବ ଘରୋଇ ଶିକ୍ଷାନୁଷ୍ଠାନ । କଟକ ଫୁଲନଖରାରେ ଥିବା ଇଷ୍ଟ କଲେଜର କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡ଼ବ ଏହି ଜରିମାନା ରାଶି । ୨୦୧୯ରେ ଇଷ୍ଟ କଲେଜରେ ବି-ଟେକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦିଆଯାଇନଥିଲା । ଫଳରେ ହତାଶ ହୋଇଯାଇଥିଲେ ଛାତ୍ରଛାତ୍ରୀ । ସବୁଆଡୁ ନିରାଶ ହେବା ପରେ ୨୦୨୨ରେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। କମିସନଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ମିଳିଥିଲା । ଆବେଦନକାରୀଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହୋଇଥିବାରୁ ୨୯ ଜଣ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଇଷ୍ଟ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିସନ । ୨ ମାସ ଭିତରେ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ । ନଦେଲେ ବର୍ଷକୁ ୧୨ ପ୍ରତିଶତ ସୁଧ ଆକାରରେ ଟଙ୍କା ଦେବେ ଇଷ୍ଟ କର୍ତ୍ତୃପକ୍ଷ । ଯଦି ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କ୍ଷତିପୂରଣ ନ ଦିଅନ୍ତି, ତେବେ ଦକ୍ଷତା ବିକାଶ ବିଭାଗ କଲେଜର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ଦେବେ ବୋଲି କମିସନ ନିର୍ଦ୍ଦେଶ ଦେଇଛନ୍ତି ।
କାର୍ଯ୍ୟରେ ଅବହେଳା କଲେ : ଏବେ ଛାତ୍ରଛାତ୍ରୀଙ୍କୁ ୨୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଘରୋଇ ଶିକ୍ଷାନୁଷ୍ଠାନ
୨୦୧୯ରେ ଇଷ୍ଟ କଲେଜରେ ବି-ଟେକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦିଆଯାଇନଥିଲା । ଫଳରେ ହତାଶ ହୋଇଯାଇଥିଲେ ଛାତ୍ରଛାତ୍ରୀ ।
/kanak/media/media_files/2025/08/23/college-2025-08-23-17-55-37.jpg)