ଗ୍ରାହକ ଅପେକ୍ଷାରେ ବସଷ୍ଟାଣ୍ଡର ଦୋକାନ ଘର; ଖତ ଖାଉଛି ମାର୍କେଟ କମ୍ପ୍ଲେକ୍ସ, ପାଣିରେ ପଡ଼ିଲା କୋଟି କୋଟି ଟଙ୍କା

ପ୍ରତିଦିନ ଏହି ବସଷ୍ଟାଣ୍ଡକୁ ଶହଶହ ଯାତ୍ରୀ ଆସୁଛନ୍ତି । ହେଲେ ଖରାରେ ବି ସେମାନଙ୍କ ପାଇଁ କୌଣସି ବି ସୁବିଧା ମିଳିପାରୁନି ।

Market Complex

Photograph: (KANAK NEWS)

କନକ ବ୍ୟୁରୋ : ଲୋକଙ୍କ ଦାବି ପୂରଣ କରାଯାଇ ବସ ଷ୍ଟାଣ୍ଡ ନିର୍ମାଣ ହେଲା । ମୁନିଗୁଡା ଓ କୋଲନରାରେ ଥିବା ଓଏସଆରଟିସି ବସଷ୍ଟାଣ୍ଡରେ ଯାତ୍ରୀଙ୍କ ବିଶ୍ରାମାଗାରରୁ ନେଇ ସମସ୍ତ ସୁବିଧା ହେଲା । ତାରି ଭିତରେ ଯାତ୍ରୀଙ୍କ ସୁବିଧା ପାଇଁ ଦୋକାନ ଘର ବି ତିଆରି ହୋଇଛି । ହେଲେ ଦେଢ଼ ବର୍ଷ ହେଲା ଦୋକାନ ଘର ଗୁଡିକୁ କିନ୍ତୁ ଭୁଲିଗଲେ ସମସ୍ତେ । ଘର ତିଆରି ହେଲା ସତ କିନ୍ତୁ ତାହା ଏବେ ଅବହେଳିତ ହୋଇ ପଡିରହିଛି । ଖତ ଖାଇବାକୁ ବସିଲାଣି ଘର ଗୁଡିକ । ନାଁ ଉଦଘାଟନ ହୋଇଛି ନାଁ ଆବଣ୍ଟନ କରାଯାଇଛି ଏପରିକି କେବେ ଦୋକାନ ଖୋଲିବ କାହାରି ପାଖରେ ଖବର ନାହିଁ । ଫଳ ଦୋକାନରୁ ନେଇ ଅତ୍ୟାବଶ୍ୟକ ଜିନିଷ ସୁବିଧା ଯୋଗାଇବାକୁ ଏହି ଦୋକାନ ଘର କରାଯାଇଥିଲେ ବି ଏବେ ତାହା କାମରେ ଲାଗିପାରୁନି । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ପ୍ରତିଦିନ ଏହି ବସଷ୍ଟାଣ୍ଡକୁ ଶହଶହ ଯାତ୍ରୀ ଆସୁଛନ୍ତି । ହେଲେ ଖରାରେ ବି ସେମାନଙ୍କ ପାଇଁ କୌଣସି ବି ସୁବିଧା ମିଳିପାରୁନି । ପୂର୍ବରୁ ଥିବା ବସଷ୍ଟାଣ୍ଡରେ ବ୍ୟବସାୟ କରିଆସୁଥିବା ବ୍ୟବସାୟୀଙ୍କ ଆଶା ଥିଲା ନୂଆ ବସଷ୍ଟାଣ୍ଡ ହେଲେ ସେମାନଙ୍କ ସୁବିଧା ହେବ । ହେଲେ ମୁନିଗୁଡା ଓ କୋଳନାରା ଠାରେ ନିର୍ମିତ ଦୁଇଟି ବସଷ୍ଟାଣ୍ଡରେ ଦେଖାଦେଇଛି ସମାନ ଅବସ୍ଥା । ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି କେବଳ ମିଳିଛି ପ୍ରତିଶ୍ରୁତି । ସେପଟେ ଖୁବଶୀଘ୍ର ମାକେଟ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ନହେଲେ ଆନ୍ଦୋନଳ ଧମକ ଦିଆଯାଇଛି ।

ଯାତ୍ରୀଙ୍କଠାରୁ ନେଇ ପୁରୁଣା ବ୍ୟବସାୟୀ ମାନେ ବସଷ୍ଟାଣ୍ଡ ଭିତାର ଥିବା ଏହି ଦୋକାନ ଗୁଡିକ ଉପରେ ନିର୍ଭର କରି ବସିଛନ୍ତି । ଏହା ଉପରେ ଖୁବଶୀଘ୍ର ଧ୍ୟାନ ଦିଆଯାଇପାରିଲେ ବହୁ ଲୋକ ଉପକୃତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe