କନକ ବ୍ୟୁରୋ : ଲୋକଙ୍କ ଦାବି ପୂରଣ କରାଯାଇ ବସ ଷ୍ଟାଣ୍ଡ ନିର୍ମାଣ ହେଲା । ମୁନିଗୁଡା ଓ କୋଲନରାରେ ଥିବା ଓଏସଆରଟିସି ବସଷ୍ଟାଣ୍ଡରେ ଯାତ୍ରୀଙ୍କ ବିଶ୍ରାମାଗାରରୁ ନେଇ ସମସ୍ତ ସୁବିଧା ହେଲା । ତାରି ଭିତରେ ଯାତ୍ରୀଙ୍କ ସୁବିଧା ପାଇଁ ଦୋକାନ ଘର ବି ତିଆରି ହୋଇଛି । ହେଲେ ଦେଢ଼ ବର୍ଷ ହେଲା ଦୋକାନ ଘର ଗୁଡିକୁ କିନ୍ତୁ ଭୁଲିଗଲେ ସମସ୍ତେ । ଘର ତିଆରି ହେଲା ସତ କିନ୍ତୁ ତାହା ଏବେ ଅବହେଳିତ ହୋଇ ପଡିରହିଛି । ଖତ ଖାଇବାକୁ ବସିଲାଣି ଘର ଗୁଡିକ । ନାଁ ଉଦଘାଟନ ହୋଇଛି ନାଁ ଆବଣ୍ଟନ କରାଯାଇଛି ଏପରିକି କେବେ ଦୋକାନ ଖୋଲିବ କାହାରି ପାଖରେ ଖବର ନାହିଁ । ଫଳ ଦୋକାନରୁ ନେଇ ଅତ୍ୟାବଶ୍ୟକ ଜିନିଷ ସୁବିଧା ଯୋଗାଇବାକୁ ଏହି ଦୋକାନ ଘର କରାଯାଇଥିଲେ ବି ଏବେ ତାହା କାମରେ ଲାଗିପାରୁନି । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ପ୍ରତିଦିନ ଏହି ବସଷ୍ଟାଣ୍ଡକୁ ଶହଶହ ଯାତ୍ରୀ ଆସୁଛନ୍ତି । ହେଲେ ଖରାରେ ବି ସେମାନଙ୍କ ପାଇଁ କୌଣସି ବି ସୁବିଧା ମିଳିପାରୁନି । ପୂର୍ବରୁ ଥିବା ବସଷ୍ଟାଣ୍ଡରେ ବ୍ୟବସାୟ କରିଆସୁଥିବା ବ୍ୟବସାୟୀଙ୍କ ଆଶା ଥିଲା ନୂଆ ବସଷ୍ଟାଣ୍ଡ ହେଲେ ସେମାନଙ୍କ ସୁବିଧା ହେବ । ହେଲେ ମୁନିଗୁଡା ଓ କୋଳନାରା ଠାରେ ନିର୍ମିତ ଦୁଇଟି ବସଷ୍ଟାଣ୍ଡରେ ଦେଖାଦେଇଛି ସମାନ ଅବସ୍ଥା । ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି କେବଳ ମିଳିଛି ପ୍ରତିଶ୍ରୁତି । ସେପଟେ ଖୁବଶୀଘ୍ର ମାକେଟ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ନହେଲେ ଆନ୍ଦୋନଳ ଧମକ ଦିଆଯାଇଛି ।
ଯାତ୍ରୀଙ୍କଠାରୁ ନେଇ ପୁରୁଣା ବ୍ୟବସାୟୀ ମାନେ ବସଷ୍ଟାଣ୍ଡ ଭିତାର ଥିବା ଏହି ଦୋକାନ ଗୁଡିକ ଉପରେ ନିର୍ଭର କରି ବସିଛନ୍ତି । ଏହା ଉପରେ ଖୁବଶୀଘ୍ର ଧ୍ୟାନ ଦିଆଯାଇପାରିଲେ ବହୁ ଲୋକ ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/28/64XcFy3tNbiJoZ0CWOlk.jpg)