କନକ ବ୍ୟୁରୋ : ଓଡ଼ିଆ ଭାଷାର ସୁରକ୍ଷା, ସମୃଦ୍ଧି ଓ ପ୍ରଚାର ପ୍ରସାରରେ ମୁଦ୍ରଣ ଶିଳ୍ପର ଅନେକ ଅବଦାନ ରହିଛି । ସେହି ପୁରାତନ ମୁଦ୍ରଣ ଶିଳ୍ପକୁ ସଂରକ୍ଷଣ ପାଇଁ କଟକରେ ରହିଛି ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ । ଅତୀତରେ ରାଜ୍ୟରେ ଛାପା କାର୍ଯ୍ୟ କିଭଳି ହେଉଥିଲା ଏହି ସଂଗ୍ରାହଳୟ ବୁଲି ଦେଖିଲେ ଜାଣି ହେବ । ଏଠାରେ ସାଇତା ହୋଇ ରଖାଯାଇଛି ପୂର୍ବରୁ ରାଜ୍ୟର ଛାପା କାର୍ଯ୍ୟରେ ବ୍ୟବହାର ହେଉଥିବା ମେସିନ ଗୁଡିକ। କିନ୍ତୁ ଏବେ ଏ ସଂଗ୍ରାହାଳୟ ରକ୍ଷଣାବକ୍ଷଣ ଅଭାବରୁ ପୁରା ଅବହେଳିତ ଅବସ୍ଥାରେ। ସଂଗ୍ରାହଳୟର କେଉଁଠି କାନ୍ଥ ଫାଟିଲାଣି ତ ଆଉ କେଉଁଠି ପାଣି ଜକେଇଲାଣି । ସଂଗ୍ରହାଳୟକୁ ଆସିବାକୁ ଥିବା ରାସ୍ତାଟି ମଧ୍ୟ ଉଠାଦୋକାନୀଙ୍କ ଦ୍ଵାରା ଅବରୋଧ ହେଲାଣି । ନର୍ଦ୍ଦମା ପାଣି ମାସ ମାସ ଧରି ମ୍ୟୁଜିୟମ ପରିସର ଭିତରେ ଜମି ରହିଛି । ଗଛ ବୁଦା ମାଡ଼ି ଜଙ୍ଗଲିଆ ପରିବେଶ ଭଳି ଦେଖାଯାଉଛି ଏହି ଇତିହାସର ମୁକସାଖୀ ମ୍ୟୁଜିୟମଟି । ସଂଗ୍ରାହଳୟରେ ସପଂପର୍କରେ ବୁଝାଇବାକୁ କେହି ଗାଇଡ୍‌ ବି ନାହାଁନ୍ତି ।

Advertisment

ଏହି ସଂଗ୍ରହାଳୟଟି ଆମର ସମୃଦ୍ଧ ଇତିହାସକୁ ବର୍ଣ୍ଣନା କରୁଛି । ଏହାର ରକ୍ଷଣାବେକ୍ଷଣ କରାଯିବା ସହିତ, ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହର କରି ଏହି ସଂଗ୍ରହାଳୟ ପରିଦର୍ଶନ କରିବା ଉଚିତ୍ । କାରଣରୁ ଏଥିରୁ ଆମେ ଆମ ଇତିହାସ ସମ୍ବନ୍ଧରେ ଜ୍ଞାନ ଆହରଣ କରିପାରିବା। ସଂଗ୍ରହାଳୟକୁ କିଭଳି ଅଧିକ ଲୋକ ଆସିବେ ଏଥିପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ରାଜ୍ୟର ବହୁ ପୁରୁଣା ଛାପା ଇତିହାସକୁ ସାଇତି ରଖିଥିବା ଏହି ସଂଗ୍ରହାଳୟ ପାରିପାର୍ଶ୍ବିକ ସ୍ଥିତି ଏବେ ଯାହା ସେଥିରେ ପରିବର୍ତ୍ତନ ନ ଆସିଲେ ଏଠାକୁ ଆସିବାକୁ ଆଗନ୍ତୁକଙ୍କ ଆଗ୍ରହ କମି ବ। ଛାପା ଇତିହାସକୁ ସଂରକ୍ଷଣ କରି ରଖିଥିବା ଏହି ସଂଗ୍ରହାଳୟର ଗୁରୁତ୍ଵ ବି କମିଯିବ ।