ଈଶ୍ବରଙ୍କ ଭରସାରେ ଈଶ୍ବରୀ; ମିଳୁନି ଭିନ୍ନକ୍ଷମ ଭତ୍ତା ଟଙ୍କା କି ଚାଉଳ

ଗରିବ ପରିବାର ହୋଇଥିବାରୁ ଅଳ୍ପ କିଛି ଜମିରେ ଚାଷ କରି ବାପା ପରିବାରର ପେଟ ପୂରା କରନ୍ତି । ଏସବୁ ଭିତରେ ଝିଅ ଈଶ୍ୱରୀର ବୟସ ବଢ଼ିବା ସହ ମାନସିକ ରୋଗ ମଧ୍ୟ ବଢ଼ିବାରେ ଲାଗିଛି ।

DISABLE-GIRL

DISABLE-GIRL Photograph: (kanak news)

କନକ ବ୍ୟୁରୋ: ନାଁ ସିନା ଈଶ୍ବରୀ ଦେଇଛନ୍ତି ଈଶ୍ବର ହେଲେ ଶାରିରୀକ ଗଠନରେ ଦିବ୍ୟ ଅଙ୍ଗ ପାଇଥିବା ଏ ଝିଅ ଆଜି ଭୋଗୁଛି ଦୁର୍ଦ୍ଦଶା । ଏପରିକି ନା ମିଳୁଛି ଭିନ୍ନକ୍ଷମ ଭତ୍ତା ନା ପାଉଛନ୍ତି କୌଣସି ସରକାରୀ ସହାୟତା । ଏମିତି ଏକ ଦିବ୍ୟାଙ୍ଗ ଝିଅକୁ ପ୍ରଶାସନ ପଚାରୁନଥିବାର ଖବର ଏବେ ସରକାରୀ ଯୋଜନାର ବାସ୍ତବ ସତ ସାମନାକୁ ଆଣିଦେଇଛି । 

ଗଜପତି ମୋହନା କୁମ୍ଭୀମେରା ଗାଁର ସୋମନାଥ ମଳିକଙ୍କ ଝିଅ ଈଶ୍ବରୀ ମଳିକ । ଗରିବ ପରିବାର ହୋଇଥିବାରୁ ଅଳ୍ପ କିଛି ଜମିରେ ଚାଷ କରି ବାପା ପରିବାରର ପେଟ ପୂରା କରନ୍ତି । ଏସବୁ ଭିତରେ ଝିଅ ଈଶ୍ୱରୀର ବୟସ ବଢ଼ିବା ସହ ମାନସିକ ରୋଗ ମଧ୍ୟ ବଢ଼ିବାରେ ଲାଗିଛି । କାରଣ ଈଶ୍ୱରୀଙ୍କୁ ରାସନ କାର୍ଡ ମାଧ୍ୟମରେ ମାତ୍ର ୫ କିଲୋ ଚାଉଳ ସହ ଅଙ୍ଗାନାୱାଡି କେନ୍ଦ୍ର ତରଫରୁ କିଛି ଶୁଖିଲା ଖାଦ୍ୟ ଦିଆ ଯାଉଛି । ସେତିକିରେ ଚଳିବା ମୁସ୍କିଲ ହୋଇପଡୁଥିବା ବେଳେ ଏଯାଏଁ ତାଙ୍କୁ ଭତ୍ତା ଟଙ୍କା ମିଳିପାରୁନି । 

ଅଧିକ ପଢନ୍ତୁ... ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଖୋଜା

ବିଡ଼ମ୍ବନାର ବିଷୟ ହେଉଛି କି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଭତ୍ତା ଟଙ୍କା ମିଳି ପାରୁନାହିଁ । ୮୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ରରେ ଉଲ୍ଲେଖ ଥିବା ସତ୍ତ୍ବେ ବି କାହିଁକି ତାଙ୍କୁ ଭତ୍ତା ଟଙ୍କା ମିଳୁନାହିଁ ତାହା ଏବେ ପ୍ରଶ୍ନର ପାହାଡ଼ ଛିଡ଼ା କରିଛି  । ଏପଟେ ପରିବାର ଲୋକେ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ନା ପ୍ରଶାସନର ନଜର ପଡ଼ୁଛି ନା ଜନପ୍ରତିନିଧିଙ୍କର, ଲାଗୁଛି ଏବେ ଈଶ୍ବରୀଙ୍କୁ କେବଳ ଈଶ୍ବର ସାହା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe