କନକ ବ୍ୟୁରୋ : ରାଉରକେଲା ସରକାରୀ ଡାକ୍ତରଖାନା- ଆରଜିଏଚରେ ଏବେ ଏଭଳି ଅବସ୍ଥା । ପାଖାପାଖି ଅଧା ଡାକ୍ତର ନାହାନ୍ତି । ୧୩୮ ଜଣ ଡାକ୍ତର ଆବଶ୍ୟକ । ଅଛନ୍ତି ମାତ୍ର ୭୦ ଜଣ । ବିଭିନ୍ନ ବିଭାଗରେ ଡାକ୍ତର ଅଭାବ । ଡାକ୍ତରଙ୍କ ତୁଳନାରେ ଅଧିକ ରୋଗୀ ଆସୁଛନ୍ତି । ଚିକିତ୍ସାରେ ଅସୁବିଧା ହେଉଛି । ରୋଗୀ ହତାଶ ହୋଇ ଫେରୁଛନ୍ତି । କେବଳ ଡାକ୍ତର ଅଭାବ ନୁହେଁ, ବିଭିନ୍ନ ବିଭାଗରେ କର୍ମଚାରୀ ବି ଅଭାବ ।
ରାଉରକେଲା ସରକାରୀ ହସ୍ପିଟାଲରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କ ମଧ୍ୟରୁ କିଛି ଡାକ୍ତର ଡେପୁଟେସନରେ ଯାଇ ଅନ୍ୟତ୍ର କାମ କରୁଛନ୍ତି । କନକ ନ୍ୟୁଜକୁ ମିଳିଥିବା ତଥ୍ୟ ଅନୁସାରେ, ସ୍ନାୟୁରୋଗ ବିଶେଷଜ୍ଞ ଡେପୁଟେସନରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଯାଇଛନ୍ତି । ୨ ଶିଶୁରୋଗ ବିଶେଷଜ୍ଞଙ୍କୁ ପୁରୀ ଓ ଗଞ୍ଜାମ ପଠାଯାଇଛି । ଆରଜିଏଚରେ ନିର୍ଦ୍ଦେଶକ କି ଅଧୀକ୍ଷକ ନାହାନ୍ତି । କାମ କେମିତି ହେଉଛି ବୋଲି ପ୍ରଶ୍ନ ଉଠିଛି ?
ଆରଜିଏଚରେ ନୂଆ ନିଯୁକ୍ତି ହେଉନାହିଁ । ଜଣଙ୍କ ପରେ ଜଣେ ଡାକ୍ତରଙ୍କୁ ଡେପୁଟେସନରେ ପଠାଯାଉଛି । ଡାକ୍ତର ଅଭାବ ବେଳେ କାହିଁକି ଚାଲିଛି ଡେପୁଟେସନ୍ ? ରାଉରକେଲା ଭଳି ଗୁରୁତ୍ବପୂର୍ଣ୍ଣ ସହରରେ ସ୍ବାସ୍ଥ୍ୟସେବା ପ୍ରତି ସରକାରଙ୍କର କାହିଁକି ଏତେ ଅବହେଳା ? କାରଣ ଜଣାପଡୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/25/vdfvfdfdvdf-2025-06-25-19-02-21.jpg)