କନକ ବ୍ୟୁରୋ: ସୁପ୍ରିମକୋର୍ଟ ନିଟ୍ ପିଜି ପରୀକ୍ଷା ପାଇଁ ନ୍ୟାସନାଲ ବୋର୍ଡ ଅଫ୍ ଏକଜାମ୍ର ସମୟସୀମାକୁ ଅଗଷ୍ଟ ୩ କୁ ବୃଦ୍ଧି କରିଛନ୍ତି । ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୫ ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏବେ ଏହା ଅଗଷ୍ଟ ୩ ରେ ହେବ । ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ ବା ଏନବିଇଏମଏସ୍ ଦ୍ୱାରା ପରିଚାଳିତ ନିଟ୍ ପିଜି ୨୦୨୫ ପରୀକ୍ଷା ଏବେ ୩ ଅଗଷ୍ଟରେ କରାଯିବ । 

Advertisment

ସୁପ୍ରିମକୋର୍ଟ ଏହି ନୂଆ ତାରିଖକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପରୀକ୍ଷା ୧୫ ଜୁନ୍ ୨୦୨୫ରେ ୨ଟି ସିଫ୍ଟରେ ଆୟୋଜିତ ହେବାର ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨ଟି ସିଫ୍ଟରେ ପରୀକ୍ଷା ହେଲେ ପ୍ରଶ୍ନପତ୍ର ସ୍ତରରେ ଭିନ୍ନତା ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏନବିଇଏମଏସ୍ ପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ଗୋଟେ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର, ନିରାପଦ ବ୍ୟବସ୍ଥା ଏବଂ ଲଜିଷ୍ଟିକାଲ ପ୍ରସ୍ତୁତି ପାଇଁ ଅଗଷ୍ଟ ୩ ପୂର୍ବରୁ ସମ୍ଭବ ନୁହେଁ । କୋର୍ଟ ଏହି ଯୁକ୍ତିକୁ ସ୍ୱୀକାର କରି ନୂଆ ତାରିଖକୁ ଅନୁମୋଦନ କରିଛନ୍ତି ଏବଂ ଆଉ ବିଳମ୍ବକୁ ଅନୁମତି ଦିଆଯିବ ନାହିଁ ବୋଲି ସତର୍କ କରିଛନ୍ତି । ଏହି ନିଷ୍ପତ୍ତି ୨.୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ପାଇଁ ସ୍ପଷ୍ଟତା ଆଣିଛି, ଯେଉଁମାନେ ପୂର୍ବରୁ ପରୀକ୍ଷା ତାରିଖ ଅନିଶ୍ଚିତତା ସମ୍ମୁଖୀନ ହେଉଥିଲେ ।