NEET Photograph: (KanakNews)
କନକ ବ୍ୟୁରୋ: ନିଟ୍-ୟୁଜି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଏହାର ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅନୁଯାୟୀ, ନିଟ୍-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ମେ ୪ରେ ଅନୁଷ୍ଠିତ ହେବ । ବାସ୍ତବରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନିଟ୍ ୟୁଜି-୨୦୨୫ ପାଇଁ ରେଜିଷ୍ଟ୍ରେସନ ୱିଣ୍ଡୋ ଖୋଲିଛି । neet.nta.nic.in ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ଅନଲାଇନରେ ନାମ ପଞ୍ଜୀକରଣ କରିପାରିବେ । ସୂଚନାଯୋଗ୍ୟ, ଫେବ୍ରୁଆରି ୭ରୁ ମାର୍ଚ୍ଚ ୭ ତାରିଖ ପର୍ୟ୍ୟନ୍ତ ପଞ୍ଜୀକରଣ କରାଯାଇପାରିବ। ମେ' ୪ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।
Follow Us