କନକ ବ୍ୟୁରୋ: ନିଟ୍-ୟୁଜି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଏହାର ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅନୁଯାୟୀ, ନିଟ୍-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ମେ ୪ରେ ଅନୁଷ୍ଠିତ ହେବ । ବାସ୍ତବରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନିଟ୍ ୟୁଜି-୨୦୨୫ ପାଇଁ ରେଜିଷ୍ଟ୍ରେସନ ୱିଣ୍ଡୋ ଖୋଲିଛି । neet.nta.nic.in ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ଅନଲାଇନରେ ନାମ ପଞ୍ଜୀକରଣ କରିପାରିବେ । ସୂଚନାଯୋଗ୍ୟ, ଫେବ୍ରୁଆରି ୭ରୁ ମାର୍ଚ୍ଚ ୭ ତାରିଖ ପର୍ୟ୍ୟନ୍ତ ପଞ୍ଜୀକରଣ କରାଯାଇପାରିବ। ମେ' ୪ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।
ମେ’ ୪ରେ ନିଟ୍ ପରୀକ୍ଷା; ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ଜାରି
ମେ’ ୪ରେ ନିଟ୍ ପରୀକ୍ଷା । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ଜାରି । ଦିନ ୨ଟାରୁ ୫ଟା ପର୍ୟ୍ୟନ୍ତ ହେବ ପରୀକ୍ଷା। ଜୁନ୍ ୧୪ ତାରିଖରେ ଫଳାଫଳ ଘୋଷଣା ।
/kanak/media/media_files/2025/02/08/f1GygqefMhUAZZK3Sqb8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)