କନକ ବ୍ୟୁରୋ: ଭାରତ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ୱାର୍ଲଡ ଆଥଲେଟିକ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ରାଉଣ୍ଡ ଖେଳାଯିବ । ଭାରତର ଡିଫେଣ୍ଡିଙ୍ଗ ଚାମ୍ପିଅନ ନୀରଜ ଚୋପ୍ରା ସହଜରେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଜି ନୀରଜଙ୍କ ଉପରେ ରହିବ ସମସ୍ତଙ୍କ ନଜର । ପୁରୁଷ ବର୍ଗ ଜାଭେଲିନ ଥ୍ରୋରେ ୧୨ଜଣ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ନୀରଜଙ୍କ ସହ ଭାରତର ସଚିନ ଯାଦବ ମଧ୍ୟ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବେ ନୀରଜ ଚୋପ୍ରା । ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପରେ ଆଜି ଜାଭେଲିନ ଫିଲ୍ଡରେ ମୁହାଁମୁହିଁ ହେବେ ନୀଜର ଓ ପାକିସ୍ତାନର ଅର୍ଶଦ ନଦୀମ । ପ୍ୟାରିସରେ ୯୨ ଦଶମିକ ୯୭ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ ନଦୀମ । ୮୯ ଦଶମିକ ୪୫ ମିଟର ଥ୍ରୋ ସହ ସିଲଭର ମେଡାଲ ଆଣିଥିଲେ ନୀରଜ । ଆଜି ପ୍ୟାରିସର ପ୍ରତିଶୋଧ ନେବେ ନୀରଜ ଚୋପ୍ରା ।
ଭାରତ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ: ୱାର୍ଲଡ ଆଥଲେଟିକ ଚାମ୍ପିଅନସିପର ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା
ଭାରତର ଡିଫେଣ୍ଡିଙ୍ଗ ଚାମ୍ପିଅନ ନୀରଜ ଚୋପ୍ରା ସହଜରେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଜି ନୀରଜଙ୍କ ଉପରେ ରହିବ ସମସ୍ତଙ୍କ ନଜର । ପୁରୁଷ ବର୍ଗ ଜାଭେଲିନ ଥ୍ରୋରେ ୧୨ଜଣ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
/kanak/media/media_files/2025/09/18/56-2025-09-18-14-39-12.jpg)