ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା

ଭାରତୀୟ ସେନାରେ ନୀରଜ ଚୋପ୍ରାଙ୍କୁ ବଡ଼ ଦାୟିତ୍ୱ । ଭାରତୀୟ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରା ସେନାରେ ହୋଇଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ । ବୁଧବାର ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜ ଚୋପ୍ରାଙ୍କ କର୍ଣ୍ଣେଲ ପଦରେ ସମ୍ମାନିତ କରାଯାଇଛି । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦ୍ୱୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଥିଲେ ।

niraj chopra

niraj chopra Photograph: (kanak news)

କନକ ବ୍ୟୁରୋ : ଭାରତୀୟ ସେନାରେ ନୀରଜ ଚୋପ୍ରାଙ୍କୁ ବଡ଼ ଦାୟିତ୍ୱ । ଭାରତୀୟ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରା ସେନାରେ ହୋଇଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ । ବୁଧବାର ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜ ଚୋପ୍ରାଙ୍କ କର୍ଣ୍ଣେଲ ପଦରେ ସମ୍ମାନିତ କରାଯାଇଛି । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦ୍ୱୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଥିଲେ । ତେବେ କ୍ରୀଡ଼ା କ୍ଷେତ୍ରରେ ନୀରଜଙ୍କ ସଫଳତା ପାଇଁ ଏପ୍ରିଲ ୧୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଟେରିଟୋରିଆଲ୍ ସେନାରେ ସମ୍ମାନଜନକ କମିସନ ପ୍ରଦାନ କରିଥିଲେ । 

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜଙ୍କୁ ଆନୁଷ୍ଠାନିକ ଭାବେ ତାଙ୍କ ନୂଆ ପଦବୀରେ ସମ୍ମାନିତ କରାଯାଇଥିଲା । ତେବେ ନୀରଜ ଜଣେ କେବଳ ମହାନ କ୍ରୀଡ଼ାବିତ ନୁହଁନ୍ତି, ବରଂ ସେ ଭାରତୀୟ ସେନାର ମଧ୍ୟ ଜଣେ ଉତ୍ସର୍ଗୀକୃତି ସୈନିକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 

ପୀତବାସଙ୍କୁ ହତ୍ୟା ପାଇଁ ହୋଇଥିଲା ୫୦ଲକ୍ଷର ଡିଲ୍, ସମସ୍ତ ଅପରାଧୀ ବିକ୍ରମ ପଣ୍ଡାଙ୍କ ସହଯୋଗୀ

ଜାଣିରଖିବା ଉଚିତ ଯେ, ନୀରଜ ଚୋପ୍ରା ୨୪ ଡିସେମ୍ବର ୧୯୯୭ରେ ହରିୟାଣାର ପାନିପତ ଜିଲ୍ଲାର ଖଣ୍ଡ୍ରା ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୬ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟରେ ସେବା କରିଥିଲେ । ସେନା ତାଙ୍କୁ କ୍ରୀଡ଼ା ପାଇଁ ସୁଯୋଗ ଦେଇଥିଲା ଏବଂ ନୀରଜ ଏହି ସୁଯୋଗର ଫାଇଦା ଉଠାଇଥିଲେ । ଆଉ ଏବେ ସେ ଜଣେ ଅନ୍ତର୍ଜାତୀୟ ସ୍ତରର ଖେଳାଳି, ଯିଏ ଦେଶପାଇଁ ଅନେକ ଗୌରବ ଆଣିଛନ୍ତି । 

ପୀତବାସ ପଣ୍ଡା ହତ୍ୟା ମାମଲା ; ଗିରଫ ହେଲେ ବିଜେଡି ନେତା ବିକ୍ରମ ପଣ୍ଡା

ନୀରଜ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ସେ ୨୦୨୩ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ। ସେ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଡାଇମଣ୍ଡ ଲିଗରେ ମଧ୍ୟ ଅନେକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କର ବ୍ୟକ୍ତିଗତ ସର୍ବୋତ୍ତମ ଥ୍ରୋ ହେଉଛି ୯୦.୨୩ ମିଟର । କ୍ରୀଡ଼ା କ୍ଷେତ୍ରରେ ନୀରଜଙ୍କ ସଫଳତା ପାଇଁ ତାଙ୍କୁ ପଦ୍ମଶ୍ରୀ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ, ଅର୍ଜୁନ ପୁରସ୍କାର ଭଳି ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe