କନକ ବ୍ୟୁରୋ: ଦର୍ଶକ ବନ୍ଧୁ ! ବୁଢୀ ବୟସରେ ଜଣେ ମା’ ପୋଷିଲା ପୁଅ ପାଇଁ ବିକଳ ହୋଇ କାନ୍ଦିବ , କହିଲେ କାହା ଛାତି ସହିବ? ସତରେ ବିଧାତାର ବିଚିତ୍ର ଗତି। ଯାହାକୁ ଦୁଃଖ ଦେଉଥିବ ତ ଦେଉଥିବ, ଟିକେ ଅଣ୍ଟା ସଳଖିଲା ବେଳକୁ ପୁଣି ବିଧାଏ ଦେଉଥିବ । ଏ ମା’ର ଏ କଷ୍ଟ ଶୁଣିଲା ପରେ ମନ କହୁଛି ହେ ଭଗବାନ ଏଭଳି ଦୁଃଖ ଶତ୍ରୁକୁ ବି ନଦିଅ।
ପୁରୀ ବଳଙ୍ଗା ଥାନା ବରିମୁଣ୍ଡାଇ ପୂର୍ବସାହିର ନାରାୟଣ ନାୟକ । ବୁଢୀ ମା’ର ଗୋଟିଏ ବୋଲି ତ ପୁଅ । ପେଟ ପୋଷିବାକୁ ଗାଁଗଣ୍ଡା ଛାଡି କୋରାପୁଟ ଜୟପୁରରେ ଯାଇ ରହୁଥିଲେ। ସେଠାରେ ସ୍ବାମୀ, ସ୍ତ୍ରୀ ନିମକି ଛାଣି ବିକୁଥିଲେ। ସକାଳ ହେଲେ ସାଇକେଲରେ ନିମକି ବ୍ୟାଗ୍ ଧରି ବାହାରୁଥିଲେ , ବିଭିନ୍ନ ଦୋକାନରେ ଲଗାଉଥିଲେ । ସେଥିରୁ ଯାହା ଦି ପଇସା ମିଳୁଥିଲା ସେଥିରେ ଘର ଭଡା ଦେଇ , ୫ ପ୍ରାଣୀ କୁଟୁମ୍ବ ପୋଷୁଥିଲେ । କଷ୍ଟେମଷ୍ଟେ ଚଳୁଥିଲା ଅଭାବୀ ପରିବାର । ଦୁଃଖରେ କ’ଣ କମ୍ ଥିଲା ଯେ ଆହୁରି ଦାଉ ସାଜିଲା ଦଇବ । ୬ ମାସ ତଳେ ବେପାର କରିବାକୁ ଯିବାବେଳେ ଏକ ଅଜଣା ଗାଡି ଆସି ପଛପଟୁ ପିଟିଲା । ବାସ୍ ସେଇଠି ଓଲଟପାଲଟ ହୋଇଗଲା ନାରାୟଣଙ୍କ ଜୀବନ। ୬ ମାସ ଭିତରେ ଅନେକ ଡାକ୍ତରଖାନା ବୁଲିଲେଣି ପତ୍ନୀ ସବିତା । ଶେଷରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କଲେ । ସେଠାରେ ବିଜୁ ସ୍ବାସ୍ଥ୍ୟ କାର୍ଡରୁ ସବୁ ପଇସା ସରିଗଲା ପରେ ସ୍ବାମୀଙ୍କୁ ଘରକୁ ଫେରାଇଆଣିବାକୁ ବାଧ୍ୟ ହେଲେ। ଏବେ ଶେଯଟା ଉପରେ ନିସ୍ତେଜ ହୋଇ ପଡିଛନ୍ତି ସ୍ବାମୀ। ଏ କଷ୍ଟ ଦେଖି ସବିତାଙ୍କ ଆଖିରୁ ଅହରହ ଝରୁଛି ଲୁହ । ବୁଢୀ ମା ଦୁଃଖ ନକହିବା ଭଲ।
ନାରାୟଣଙ୍କ ପିଛାରେ ସବୁ କିଛି ବନ୍ଧାଛନ୍ଦା ପଡିବା ପରେ ଘର ଭଡା ଦେବାକୁ ବି ପଇସା ନାହିଁ । ବାଧ୍ୟ ହୋଇ ସମ୍ପର୍କୀୟଙ୍କ ଘରେ ମୁ୍ଣ୍ଡ ଗୁଂଜିଛନ୍ତି ପରିବାର । ପିଲା ଦିଟାଙ୍କ ପାଠପଢାରେ ବି ଡୋରି ବନ୍ଧା ହୋଇଯାଇଛି । ବାପାଙ୍କୁ ଏଭଳି ଅବସ୍ଥାରେ ଦେଖି କିଛି ଭାବିପାରୁନି ଶିଶୁ ମନ। ଭାଇ ପାଇଁ ବିକଳ ହୋଇ ଗୁହାରୀ କରୁଛି ଭଉଣୀ
ଅଜଣା ଗାଡି ସବୁ ସାରିଦେଲା । ଏବେ ଖାଲି ଯାହା ସରକାରଙ୍କ ସାହାଯ୍ୟ ଓ ରାଜ୍ୟବାସୀଙ୍କ ସହାନୁଭୂତି ଲୋଡା । ଆପଣ ଚାହିଁଲେ ଆପଣଙ୍କର କିଛି କିଛି ସାହାଯ୍ୟ ନାରାୟଣଙ୍କୁ ପୁଣି ଜୀବନ ଦେବ। ଜଣେ ସ୍ତ୍ରୀ ସିନ୍ଦୁର ବଞ୍ଚିଯିବ, ଜଣେ ଅସହାୟ ମା’ର ମନ ଆଶ୍ବସ୍ତ ହେବ ଆଉ ଦିଟା ଦୁଇ ନିଷ୍ପାପ କଅଁଳ କଢି ଅକାଳରେ ଶୁଖି ଝଡିଯିବାରୁ ବଞ୍ଚିଯିବେ।
ନାରାୟଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା:
ସବିତା ନାୟକ :
STATE BANK OF INDIA
AC No. 20214971947
IFC : SBIN0006909.
Mobile No : 8018174603
ଫୋନ ପେ : 8018174603
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/04/05/7R7rK3ViJBlENTWSYl3u.jpg)