କନକ ବ୍ୟୁରୋ: ଆମେରିକାରେ ବଡ ଧରଣର ଅଗ୍ନିକାଣ୍ଡ , ହଲିଉଡ ସିଟି ରେ ନିଆଁ ଲାଗିଛି । ମଙ୍ଗଳବାର ଲସ୍ ଆଞ୍ଜେଲସରେ ପାଲିସାଡେସ୍ ରେ ଅଗ୍ନିକାଣ୍ଡ ଘଟିଥିଲା ଯାହ ବର୍ତ୍ତମାନ ପର୍ୟ୍ୟନ୍ତ ଆୟତ୍ତ ହୋଇପାରିନାହିଁ। ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମାଲିବୁ ଏବଂ ସାନ୍ତା ମୋନିକା ମଧ୍ୟରେ ସମୁଦ୍ର କୂଳ ଅଞ୍ଚଳରେ ଲାଗିଥିବା ଏହି ଅଗ୍ନିକାଣ୍ଡ ସମଗ୍ର ଲସ୍ ଆଞ୍ଜେଲସକୁ ତୁରନ୍ତ କାବୁ କରିନେଇଥିଲା ଅଗ୍ନିକାଣ୍ଡରେ ୧୫,୮୦୦ ଏକରରୁ ଅଧିକ ଜମି ଜଳି ଯାଇଛି। ଅଗ୍ନିକାଣ୍ଡରେ ଅତି କମରେ ୧୫୦୦ କୋଠା ନଷ୍ଟ ହୋଇଯାଇଛି । ଲସ୍ ଆଞ୍ଜେଲସ୍ କାଉଣ୍ଟି ପାଲିସାଡେସ୍ ଅଗ୍ନିକାଣ୍ଡକୁ ଆଜି ପର୍ୟ୍ୟନ୍ତ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି କହିଛି। ସ୍କୁଲ ଓ କଲେଜ କୁ ବନ୍ଦ କରି ଦିଆଯାଇଛି । ଲୋକଙ୍କୁ ଉଦ୍ଧାର କରାଯାଉଛି। ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି ପ୍ରଶାନ୍ତ ମହାସାଗରରୁ ଆସିଥିବା ଟର୍ନେଡୋ ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us