ଆକାଶରୁ ଛିଡୁଛି କାଳ ; ବଜ୍ରପାତ ନେଉଛି ଜୀବନ

ବିହାର ଓ ଉତ୍ତରପ୍ରଦେଶରେ ଦୁଃଖ ବଢାଇଲା ବର୍ଷା ସହ ବଜ୍ରପାତ । ଗଲାଣି ପାଖାପାଖି ୮୦ ଜୀବନ । 

ଅଦ୍ୟତନ ହୋଇଛି
DeathToll

DeathToll Photograph: (KanakNews)

କନକ ବ୍ୟୁରୋ: ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ବର୍ଷା ଓ ଘଡଘଡି ଦାଉ ସାଧୁଛି । ଉଭୟ ଉତ୍ତରପ୍ରଦେଶ ଓ ବିହାରରେ ବଜ୍ରପାତରେ ଏଯାଏଁ ଗଲାଣି ପାଖାପାଖି ୮୦ ଜୀବନ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାସହ ପ୍ରାକୃତିକ ବିପର୍ଯ୍ୟୟରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଗୁରୁବାର ଉତ୍ତରପ୍ରଦେଶର ପ୍ରାୟ ୫୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । ଏହି ଅଦିନିଆ ବର୍ଷା ଗ୍ରୀଷ୍ମପ୍ରବାହରୁ ମୁକ୍ତି ଦେଇଥିବା ବେଳେ ଚାଷରେ ବ୍ୟାପକ କ୍ଷତି ଘଟାଇଛି ।  ସେହିପରି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ବଜ୍ରପାତରେ ଫତେପୁର-ଆଜମଗଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫିରୋଜାବାଦ, କାନପୁର ଦେହାଟ ଓ ସୀତାପୁରରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବିହାରରେ  ଭୀଷଣ  ବର୍ଷା ଏବଂ ବଜ୍ରପାତ ଯୋଗୁଁ ଗତ ୨୪ ଘଣ୍ଟାରେ ଗଲାଣି  ୬୦ରୁ ଅଧିକ ଲୋକଙ୍କ ଜୀବନ । ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ଭୀଷଣ ବର୍ଷା ହୋଇଛି । ଫଳରେ ନାଳନ୍ଦା, ସିୱାନ୍, ସରଣ, ଭୋଜପୁର, ଗୟା, ଦରଭଙ୍ଗା, ଜାମୁଇ ଏବଂ ସାହାରା ସମେତ  ୨୦ ଜିଲ୍ଲା ପ୍ରଭାବିତ ହୋଇଛି ।  ନାଳନ୍ଦାରୁ ପ୍ରାଣ ହରାଇଛନ୍ତି ସର୍ବାଧିକ ଲୋକ । ନାଳନ୍ଦାରେ ଏକ ବିରାଟ ବର ଗଛ ଉପୁଡ଼ି ମନ୍ଦିର ଉପରେ ପଡ଼ିଯିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ବିହାରରେ ଝଡ଼ବର୍ଷା ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe