କନକ ବ୍ୟୁରୋ: ରାଜ୍ୟରେ ଥିବା ଜେଲମାନଙ୍କରେ ବଡୁଛି କଏଦୀଙ୍କ ମୃତ୍ୟୁସଂଖ୍ୟା। ରାଜ୍ୟରେ ଥିବା ୮୫ଟି କାରାଗାର ମଧ୍ୟରୁ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ, ଜାମୁଝରି ଓ ନାରୀବନ୍ଦୀ ନିକେତନ, ସମ୍ବଲପୁର ବ୍ୟତୀତ ଅନ୍ୟ କାରାଗାରମାନଙ୍କରେ ବନ୍ଦୀ ରହୁଥିବା ଶୟନ କକ୍ଷରେ ଉ.ଉ. କ୍ୟାମେରା ସଂଯୁକ୍ତ କରାଯାଇଅଛି । ଏହି ବ୍ୟବସ୍ଥା ୨୦୦୮ ମସିହାରେ ପ୍ରଚଳନ ହୋଇଛି । କାରାଗାରଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଅଛି। ଏହାସହ ଏସବୁ ମୃତ୍ୟୁ ଘଟଣାର ବିଭାଗୀୟ ତଦନ୍ତ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ଦ୍ବାରା ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us