ମାଡି ଆସୁଛି ବାତ୍ୟା, ୧୦ ଲକ୍ଷ ଲୋକ ହେବେ ସ୍ଥାନାନ୍ତର ; ଆକ୍ସନ ମୋଡରେ ସରକାର

ଆଜି ସନ୍ଧ୍ୟା ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ । ସୁରକ୍ଷା ଦାୟିତ୍ୱରେ ୨୦ ଏନଡିଆରଏଫ, ୫୧ ଓଡ୍ରାଫି ଟିମ ସାମିଲ । ବାତିଲ ହେଲା ୧୯୭ ଟ୍ରେନ୍ । ସେପଟେ ବଜାରରେ ହଲଚଲ କଲେଣି କଳାବଜାରୀ  । 

correction-india-weather-fani-cyclone_d653bcdc-6d52-11e9-be3c-d387070551cb

କନକ ବ୍ୟୁରୋ: ବାତ୍ୟାର ରୂପ ନେଲା ଗଭୀର ଅବପାତ । କ୍ରମେ ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଏହାକୁ ନେଇ ଉପକୂଳ ଅଞ୍ଚଳ ଓ ତଳିଆ ଅଞ୍ଚଳ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ବାତ୍ୟାରେ ଯେପରି କୌଣସି ଅଘଟଣ ନହୁଏ ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୨୦ଟି ଏନଡିଆରଏଫ୍ ଓ ୫୧ଟି ଓଡ୍ରାଫ୍ ଟିମ୍ ଓ ୭ ଟି ଡିଜାଷ୍ଟାର ରେପିଡ ଆକ୍ସନଫୋର୍ସ ।

ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବି ବ୍ୟାପକ ପ୍ରସ୍ତତି କରିଛନ୍ତି । ୬ ଆଇଏସଙ୍କୁ ୬ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଖଣି ନିର୍ଦ୍ଦେଶକ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ବର,  ଆଇଏଏସ ତ୍ରିଲୋଚନ ମାଝିଙ୍କୁ ଭଦ୍ରକ, ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲଓ୍ୱନ୍ତ ସିଂଙ୍କୁ ପୁରୀ ଦାୟିତ୍ବ ଦିଆଯାଇଛି ।  ଆଇଏଏସ ବିନୀତ ଭରଦ୍ବାଜ ମୟୁରଭଞ୍ଜ ଜିଲ୍ଲା ଦେଖିବେ । ଆଇଏଏସ ଯାମିନୀ ଷଡଙ୍ଗୀଙ୍କୁ ଜଗତସିଂହପୁର ଓ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ବ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe