ସୁନ୍ଦରଗଡ଼ ବାଙ୍କୋ ନିକଟରେ ସର୍ଚ୍ଚ ଅପରେସନ୍ ବେଳେ ଆଇଇଡ଼ି ବ୍ଲାଷ୍ଟ, ଜଣେ ସିଆରପିଏଫ୍ ଯବାନ ଗୁରୁତର

ଗୁରୁତର ସିଆରପିଏଫ୍ ଯବାନଙ୍କୁ ଏଆରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସପି ପହଞ୍ଚିଛନ୍ତି ।

JAWAN

କନକ ବ୍ୟୁରୋ : ସୁନ୍ଦରଗଡ଼ କେବଲାଙ୍ଗ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ । ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ସିଆରପିଏଫ୍ ଯବାନଙ୍କୁ ଏଆରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସପି ପହଞ୍ଚିଛନ୍ତି । ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହେବା ପରଠାରୁ ଲଗାତର ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଏପର୍ଯ୍ୟନ୍ତ ସମସ୍ତ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରାଯାଇପାରିନାହିଁ । ଏହାରି ଭିତରେ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।
    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe