କନକ ବ୍ୟୁରୋ : ରେଳ ଧାରଣାରେ ଫାଟ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ବିଳମ୍ବିତ ରାତ୍ରିରେ ଏକ ରେଳ ଧାରଣାରେ ଫାଟ ଦେଖିବାକୁ ମିଳିଥିଲା । ଷ୍ଟେସନର ଏକ ନମ୍ବର ଲାଇନରେ ରାତିରେ ଏକ ଡବଲ ଡେକର ମାଲଗାଡି ଯିବା ବେଳେ ଏଭଳି ହୋଇଥିବା କୁହାଯାଉଛି । ତେବେ ସୌଭାଗ୍ୟବଶତଃ ମାଲଗାଡ଼ିଟି ଦୁର୍ଘଟଣାରୁ ବର୍ତ୍ତିଯାଇଛି । ପରେ ରେଳ ଧାରଣାଟିକୁ ମରାମତି କରାଯାଇଥିବା ଜଣାପଡ଼ିଛି ।