କନକ ବ୍ୟୁରୋ: ହିମାଚଳପ୍ରଦେଶ ବନ୍ୟାରେ ଭାସିଗଲେ ପୂରା ପରିବାର , ହେଲେ ବର୍ତ୍ତିଗଲା ୧୧ ମାସର କୁନି ଝିଅ । କୁନିଝିଅକୁ ଜିଲ୍ଲାପାଳ କୋଳେଇ ନେଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଏବେ ଏହି କୁନି ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ  ଲାଇନରେ ଅଛନ୍ତି ୧୫୦ ପରିବାର ।

Advertisment

gg

ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାରେ ଜୁନ୍ ୩୦ ତାରିଖରେ ଆସିଥିବା ବନ୍ୟାରେ ଭୀଷଣ କ୍ଷୟକ୍ଷତି ହୋଇଛି । ଏହି ଅଚାନକ ବନ୍ୟାରେ ଗୋଟିଏ ପରିବାର ଭାସିଗଲା ହେଲେ ବଞ୍ଚିଗଲା ୧୧ ମାସର କୁନି ଝିଅ । ଜୀବନ କ’ଣ ବୁଝିବା ଆଗରୁ କୁନି ଝିଅ ନିକିତା ଏବେ ପିଉସୀଙ୍କ ପାଖରେ ଅଛି । ନିକିତାକୁ ଜିଲ୍ଲାପାଳ କୋଳରେ ଧରିଥିବାର ଫଟୋ ଭାଇରାଲ ହେବା ପରେ ଏବେ ନିକିତାକୁ ପୋଷ ସନ୍ତାନ ଭାବେ ଗ୍ରହଣ କରିବାକୁ ଶତାଧିକ ପରିବାର ଆଗେଇ ଆସିଛନ୍ତି । ଏପରିକି ବିଦେଶରୁ ବି ଏଥିପାଇଁ ନିକିତାଙ୍କ ପିଉସୀଙ୍କ ପାଖକୁ ଫୋନ୍ କଲ୍ ଆସୁଛି । ମଣ୍ଡି  ଜିଲ୍ଲା ପ୍ରଶାସନ ପକ୍ଷରୁ ନିକିତାଙ୍କ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ସେଥିରେ ଲୋକେ ଝିଅ ପାଇଁ ଆର୍ଥିକ ସହଯୋଗ କରୁଛନ୍ତି ।

b

 ନିକିତାଙ୍କ  ପରିବାର ତଲୱାଡା ଗାଁରେ ରହୁଥିଲା । ଜୁନ୍ ୩୦ ତାରିଖରେ ହଠାତ୍ ତାଙ୍କ ଘର ପାଖ ନାଳରେ ବନ୍ୟା ଆସିଥିଲା । ପାଣି ଦେଖିବାକୁ ନିକିତାଙ୍କ ବାପା, ମାଆ ଓ ଜେଜେମାଆ ଘରୁ ବାହାରକୁ ଯାଇଥିଲେ । ସେତିକିବେଳେ ଆଚନକ ପାହାଡ଼ ଉପରୁ ପାଇ ସହ ଧ୍ବଂସାବଶେଷ ବୋହିଆସିଲା , ଯେଉଁଥିରେ ୩ଜଣଯାକ ଭାସିଯାଇଥିଲେ ହେଲେ ଘରେ ଛାଡ଼ି ଆସିଥିବା କୁନି ଝିଅ ନିକିତା ବଞ୍ଚିଯାଇଥିଲା । ପରଦିନ ପଡ଼ୋଶୀ ନିକିତାର କାନ୍ଦ ଶୁଣିଥିଲେ । ଖାନତଲାସି କରିବାରୁ ଘରଠାରୁ କିଛି ଦୂରରେ ନିକିତାର ବାପାଙ୍କ ମୃତଦେହ ମିଳିଥିଲା ହେଲେ ଏଯାଏଁ ମାଆ ଓ ଜେଜେମାଆଙ୍କ ପତ୍ତା ମିଳିନାହିଁ । ଏହି ହୃଦୟବିଦାରକ ଖବର ମିଳିବା ପରେ ଏସଡିଏମ୍ ସ୍ମୃତିକା ନେଗି ଘଟଣାସ୍ଥଳରେ ପହଞ୍ଚିଥିଲେ । ନିକିତା ଏସଡିଏମଙ୍କ କୋଳରେ ଖେଳୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ପ୍ରତିଯୋଗିତା ଲାଗିଛି ।