କନକ ବ୍ୟୁରୋ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ୧୦ ଦିନ ବିତିଲାଣି । କିନ୍ତୁ ଏଯାଏଁ ମୁଖ୍ୟମନ୍ତ୍ରୀ ନାଁରେ ମୋହର ବାଜିପାରୁନି । କିଏ ମୁଖ୍ୟମନ୍ତ୍ରୀ ପଦରେ ବସିବ ତାହାକୁ ନେଇ ଏବେ ବି ସସପେନ୍ସ । ବିଜେପି ମୁଖ୍ୟମନ୍ତ୍ରୀ ଆସନ ହାତେଇବ ଏହା ପ୍ରାୟତଃ ସ୍ପଷ୍ଟ ହୋଇସାରିଛି । ବିଜେପି ମୁଖ୍ୟମନ୍ତ୍ରୀ ପଦ ହାତେଇବ ବୋଲି ଅଜିତ ପାୱାର ସଙ୍କେତ ଦେଇଥିବା ବେଳେ ମୋଦୀ ଓ ଶାହାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି । 

Advertisment

କେବଳ ମୁଖ୍ୟମନ୍ତ୍ରୀ ପଦ ନୁହେଁ ବରଂ ଉପ-ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ତାହା ଉପରୁ ପରଦା ହଟିନି । କିନ୍ତୁ ବିଜେପି ରାଜ୍ୟ ସଭାପତି ସ୍ପଷ୍ଟ କରିଛନ୍ତି ୫ ତାରିଖରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏସବୁ ଭିତରେ ମହାରାଷ୍ଟ୍ରରେ ମହାୟୁତିର ବୈଠକ ହୋଇପାରୁନି । କେଉଁ ବିଭାଗ କାହା ପାଖରେ ରହିବ ସେନେଇ ଅଙ୍କ ଛିଣ୍ଡୁନି । ଗୋଟିଏ ପଟେ ଏକନାଥ ସିନ୍ଦେ ଅସୁସ୍ଥ ଥିବାରୁ ମହାୟୁତି ବୈଠକ ଟଳିଛି । ଅନ୍ୟପଟେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଦିଲ୍ଲୀ ଗସ୍ତ ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି ।