କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ପଞ୍ଜାବର ଭଟିଣ୍ଡାରୁ ଆସିଲେ ୫ଟି ଏନ୍‌ଡିଆରଏଫ୍ ଟିମ୍ । ଗତକାଲି ରାତିରେ ହେଲିକପପ୍ଟର ଯୋଗେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ମୋଟ୍ ୨୦ଟି ଏନ୍‌ଡିଆରଏଫ୍, ୫୧ଟି ଓଡ୍ରାଫ୍ଟ, ୧୭୮ଟି ଅଗ୍ନିଶମ ଟିମ୍ ମୁତୟନ ପାଇଁ ପ୍ରସ୍ତୁତି କରାଯାଇଛି । ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହେବେ ୪୦ ଅଗ୍ନିଶମ ଟିମ୍ । ଲୋକଙ୍କ ଆଶ୍ରୟ ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି ।