ଯାତ୍ରା ମଞ୍ଚ ଚାଲିଥିଲା ଅଶ୍ଳୀଳ ନାଚ ; ମଂଚ ତଳେ ଥାଇ ମଜା ନେଉଥିଲେ ଆଇଆଇସି

ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଶ୍ଳୀଳ ନାଚ । ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ କୋତାମେଟାରେ ଚାଲିଥିଲା ଯାତ୍ରା କାର୍ଯ୍ୟକ୍ରମ ।  ଶନିବାର ରାତିରେ ମାଥିଲି ଥାନା ଅଧିକାରୀଙ୍କ ସମ୍ମୁଖରେ ଅଶ୍ଳୀଳ ନାଚକୁ ନେଇ ଚର୍ଚ୍ଚା ଜୋର ଧରିଛି ।

75FTJHY

75FTJHY Photograph: (KanakNews )

କନକ ବ୍ୟୁରୋ : ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଶ୍ଳୀଳ ନାଚ । ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ କୋତାମେଟାରେ ଚାଲିଥିଲା ଯାତ୍ରା କାର୍ଯ୍ୟକ୍ରମ ।  ଶନିବାର ରାତିରେ ମାଥିଲି ଥାନା ଅଧିକାରୀଙ୍କ ସମ୍ମୁଖରେ ଅଶ୍ଳୀଳ ନାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଥିଲି ଆଇଆଇସି ଦେବଦତ୍ତ ମଲ୍ଲିକ ସାଧା ପୋଷାକରେ ଉପସ୍ଥିତ ରହି ଥିବା ବେଳେ ତାଙ୍କ ସମ୍ମୁଖରେ ସାହୁ ଭାଉଜ ଅଶ୍ଳୀଳତାର ସବୁ ସୀମା ଟପି ଯାଇ ଥିଲା । ଆଇଆଇସିଙ୍କୁ ସାହୁ ଭାଉଜ ସମ୍ବୋଧିତ ମଧ୍ୟ କରି ଥିଲେ ।  ତେବେ ଏପରି ଅଶ୍ଳୀଳତାକୁ ଦେଖି ଆଇଆଇସି ମହୋଦୟ  ନା ପ୍ରତିବାଦ କରିଥିଲେ ନା ବନ୍ଦ କରିଥିଲେ । ବରଂ ନୃତ୍ୟକୁ ଉପଭୋଗ କରିଥିଲେ । ଏହାକୁ ନେଇ ମାଲକାନିଗିରିରେ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଛି ।

ମାଲକାନଗିରିରେ ଥାନା ବାବୁଙ୍କ ଆଗରେ ଅଶ୍ଳୀଳ ନୃତ୍ୟ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ଯାତ୍ରା ଗାଇଡଲାଇନ ନେଇ ସରକାର ଆହୁରି କଠୋର ହେବେ। ଯଦି ସଂସ୍କୃତି ଉପରେ କୌଣସି ଆଘାତ ଆସିବ, ଅତି କଠୋରତାର ସହ ପଦକ୍ଷେପ ନିଆଯିବ। ଯିଏ ବି ହୁଅନ୍ତୁ ଯଦି ନିୟମ ଉଲଂଘନ କରିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂସ୍କୃତି ମନ୍ତ୍ରୀ ବି ପ୍ରତିକ୍ରିୟା ରଖିଛନ୍ତି । କେବଳ ମାଲକାନଗିରି ନୁହେଁ , ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅଶ୍ଲୀଳ ନୃତ୍ୟ ଜାରି ରହିଛି । ହେଲେ କାହାର ଦୃଷ୍ଟି ନାହିଁ । ତଥାକଥିତ ଆଇଟମ ଡ୍ୟାନ୍ସର ନାଚ ନାଁରେ ସବୁ ସୀମା ପାର କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe