କନକ ବ୍ୟୁରୋ: ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମାଙ୍କନ ପତ୍ରର ପ୍ରଥମ ସେଟରେ ମୁଖ୍ୟ ପ୍ରସ୍ତାବକ ଭାବରେ ଦସ୍ତଖତ କରିଛନ୍ତି । ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଏନଡିଏ ନେତା ଉପସ୍ଥିତ ରହି ସମର୍ଥନ କରିଥିଲେ । ସୂଚନା ଅନୁଯାୟୀ, ରାଧାକ୍ରିଷ୍ଣନଙ୍କ ପାଇଁ ମୋଟ ଚାରି ସେଟ୍ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ପ୍ରତ୍ୟେକ ସେଟରେ ୨୦ ଜଣ ପ୍ରସ୍ତାବକ ଏବଂ ୨୦ ଜଣ ସମର୍ଥକଙ୍କ ଦସ୍ତଖତ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ପ୍ରସ୍ତାବକ ଭାବେ ସାମିଲ ଥିଲେ ।
ବର୍ତ୍ତମାନ ମେଘାଳୟର ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ସର୍ବସମ୍ମତି କ୍ରମେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ରାଧାକ୍ରିଷ୍ଣନଙ୍କର ଜନସେବା ପ୍ରତି ଥିବା ନିଷ୍ଠାକୁ ପ୍ରଶଂସା କରିଥିଲେ । ତାମିଲନାଡୁର ଏହି ବରିଷ୍ଠ ବିଜେପି ନେତା ପୂର୍ବରୁ କୋଏମ୍ବଟୁରରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/20/27-2025-08-20-12-47-59.jpg)