କନକବ୍ୟୁରୋ : କିଛି ସମୟ ପରେ ଏନଡିଏର ବଡ଼ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଯାଉଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ  । ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏହି ବୈଠକରେ ସାମିଲ ହେବେ । ଦିଲ୍ଲୀରେ ହେଉଥିବା ଏହି ଦିନିକିଆ ବୈଠକରେ ୨୦ ମୁଖ୍ୟମନ୍ତ୍ରୀ ଏବଂ ୧୮ ଜଣ ଉପମୁଖ୍ୟମନ୍ତ୍ରୀ ଯୋଗଦେଉଛନ୍ତି ।  

Advertisment

ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିଛନ୍ତି । ବୈଠକରେ ୨ଟି ପ୍ରସ୍ତାବ ପାରିତ ହେବା ନେଇ କାର୍ଯ୍ୟକ୍ରମ ରହିଛି  ।  ସୂଚନା ଅନୁସାରେ ପ୍ରଥମେ ଅପରେସନ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ପ୍ରସ୍ତାବ ପାରିତ ହେବ  । ଏହାପରେ ଜାତିଗତ ଜନଗଣନା ନେଇ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରାଯିବ । ତେବେ ଆଗକୁ ବିହାର ନିର୍ବାଚନ ଥିବା ବେଳେ ଏନେଇ ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।