କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ଏ ନେଇ ବିହାର ବିଜେପି ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମୋଟ ୨୪୩ ଆସନ ମଧ୍ୟରୁ ଉଭୟ ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିବେ । ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ବାସଭବନରେ ବୈଠକ ବସିଥିଲା । ଏହାପରେ ଆସନ ବୁଝାମଣା ହୋଇଛି । ସେପଟେ ମହାମେଣ୍ଟରେ ଏପର୍ଯ୍ୟନ୍ତ ଆସନ ଭାଗବଣ୍ଟା ଗଣିତ ସମାଧାନ ହୋଇ ପାରି ନାହିଁ । କଂଗ୍ରେସ ଓ ଆରଜେଡି, କିଏ କେତେ ଆସନରେ ଲଢ଼ିବେ, ଠିକ୍ ହୋଇ ପାରିନି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ରାଷ୍ଟ୍ରୀୟ ଜନତା ଦଳର ନେତା ଦିଲ୍ଲୀ ଯାଇଛନ୍ତି । କାଲି ଦିଲ୍ଲୀରେ ବୈଠକ ଡାକିଛି କଂଗ୍ରେସ । ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ବିହାରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ୬ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ଓ ୧୧ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ୧୪ ନଭେମ୍ବରରେ ଭୋଟଗଣତି ହେବ ।
ବିହାରରେ ଏନଡିଏର ଆସନ ଭାଗବଣ୍ଟା ଚୂଡ଼ାନ୍ତ: ମହାଗଠବନ୍ଧନରେ କେବେ ?
ମହାମେଣ୍ଟରେ ଏପର୍ଯ୍ୟନ୍ତ ଆସନ ଭାଗବଣ୍ଟା ଗଣିତ ସମାଧାନ ହୋଇ ପାରି ନାହିଁ । କଂଗ୍ରେସ ଓ ଆରଜେଡି, କିଏ କେତେ ଆସନରେ ଲଢ଼ିବେ, ଠିକ୍ ହୋଇ ପାରିନି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ରାଷ୍ଟ୍ରୀୟ ଜନତା ଦଳର ନେତା ଦିଲ୍ଲୀ ଯାଇଛନ୍ତି ।
/kanak/media/media_files/2025/10/12/de-2025-10-12-21-34-08.jpg)