କନକବ୍ୟୁରୋ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ବିଜେପି ୬୮ ଆସନରେ ଲଢିବ ।
ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍ସ ୟୁନିଅନ୍ ଏଜେଏସ୍ୟୁ ୧୦, ଜେଡିୟୁ ୨, ଏଲ୍ଜେପି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବେ । ହିମନ୍ତ ବିଶ୍ବଶର୍ମା ଏବଂ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ନେତାମାନେ ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିଛନ୍ତି ।
ଝାଡ଼ଖଣ୍ଡରେ ବିଜେପିର ସହ ପ୍ରଭାରୀ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ପ୍ରାର୍ଥୀ ତାଲିକା ଜାରି ହେବ ।
ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହିମନ୍ତ ବିଶ୍ବ ଶର୍ମା ଏଜେଏସ୍ୟୁ ପାର୍ଟି ସଭାପତି ସୁଦେଶ ମାହତୋ ଏବଂ ବିଜେପି ରାଜ୍ୟ ସଭାପତି ବାବୁଲାଲ୍ ମାରାଣ୍ଡି ଉପସ୍ଥିତ ଥିଲେ । ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ୭୯ ଆସନରେ ନିର୍ବାଚନ ଲଢ଼ି ୨୫ଟି ଆସନରେ ଜିତିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/19/TcDbisaRQfhC6uLNADAo.jpg)