କନକ ବ୍ୟୁରୋ: ଲୋକସଭା ନିର୍ବାଚନର ୫ ମାସ ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ବଡ ଓଲଟପାଲଟ ହୋଇଛି । ଲୋକସଭା ଫଳାଫଳର ବିପରୀତ ଏଠାରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟକୁ ବହୁମତ ମିଳିଛି । ବିଜେପି ରଣନୀତି ଆଗରେ ଫିକା ପଡିଛି କଂଗ୍ରେସ ନେତୃତ୍ୱଧୀନ ମେଣ୍ଟ ମହାବିକାଶ ଅଘାଡି । ରାଜ୍ୟରେ ମୋଟ ୨୮୮ ଆସନ ମଧ୍ୟରୁ ମହାୟୁତି ୨୩୦ ଆସନରେ ଆଗୁଆ ରହିଥିବାବେଳେ  ମହା ବିକାଶ ଅଗାଡି, ଏମଭିଏ ୫୧ ଆସନରେ ଆଗୁଆ ରହିଛି । ବିଜେପି ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । କଂଗ୍ରେସର ବଡ ବଡ ନେତା ନିର୍ବାଚନ ହାରିଯାଇଛନ୍ତି । 

Advertisment

ମହାରାଷ୍ଟ୍ରରେ ମହାୟୁତିର ସୁନାମୀ
ଗେମ ଚେଞ୍ଜର ହେଲା ମହିଳାଙ୍କ ପାଇଁ ଯୋଜନା


ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ପ୍ରଚଣ୍ଡ ବହୁମତ ମିଳିଛି । ମାତ୍ର ୫ ମାସରେ ରାଜନୀତିର ହାୱା ବଦଳି ବିଜେପି ସପକ୍ଷରେ ଯାଇଛି । ଲୋକସଭା ନିର୍ବାଚନରେ ମହାୟୁତିକୁ ଝଟକା ଲାଗିଥିବା ବେଳେ ଅନୁମାନ କରାଯାଉଥିଲା ବିଧାନସଭା ନିର୍ବାଚନରେ ବି ଏହାର ରିପିଟ ହେବ । କିନ୍ତୁ ୫ ମାସରେ ଫଳ ଓଲଟା ହୋଇଛି ଓ ମହାୟୁତି ସପକ୍ଷରେ ଭୋଟ ଦେଇଛନ୍ତି ଜନତା । କେବଳ ଏତିକି ନୁହେଁ, ବିଜେପି ସବୁଠାରୁ ବଡ ଦଳ ହୋଇଛି । ଦେଖନ୍ତୁ ମହାୟୁତିକୁ ସଫଳତା ପଛର ୫ କାରଣ ।  

ମହାୟୁତି ବିଜୟ ପଛର କାରଣ
ଲାଡଲି ବେହନା ଯୋଜନାରେ ୪ ମାସରେ ୨.୫ କୋଟି ମହିଳାଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା । ପ୍ରତ୍ୟେକ ମାସରେ ମିଳିଛି ୧୫ ଶହ ଲେଖାଁଏ ଟଙ୍କା । ବଟେଙ୍ଗେ ତୋ କଟେଙ୍ଗେ ନାରା ହିନ୍ଦୁ ଭୋଟକୁ ଏକଜୁଟ୍‌ କଲା । ମହାୟୁତିକୁ ଓବିସି ଭୋଟରଙ୍କ ସମର୍ଥନ
ଶରଦ ପାୱାରଙ୍କ ପ୍ରତି ସହାନୁଭୂତି କମ୍‌ । 
 
ମହାରାଷ୍ଟ୍ରରେ ରାହୁଲ ଗାନ୍ଧି, ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କ ରଣନୀତି କାମ କରିନାହିଁ । ଲୋକସଭା ନିର୍ବାଚନରେ ୪୮ ଆସନରୁ ୩୦ ଆସନ ପାଇଥିବା ଏମଭିଏ ବିଧାନସଭା ନିର୍ବାଚନରେ ମାଟି କାମୁଡିଛି । ତେଣୁ ଜାତୀୟ ରାଜନୀତିରେ ଏହାର ପ୍ରଭାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

ଜାତୀୟ ରାଜନୀତିରେ ପ୍ରଭାବ 
ଏନଡିଏରେ ବିଜେପିର ଦବଦବା ବଢ଼ିବ
ସହଯୋଗୀ ଦଳଙ୍କ ସ୍ଥିତି ଦୁର୍ବଳ ହେବ
ମୋଦି ଆହୁରି ଶକ୍ତିଶାଳୀ ହେବେ
ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କୁ ନୂଆ ରଣନୀତି କରିବାକୁ ହେବ
ଇଣ୍ଡି ମେଣ୍ଟରେ କଂଗ୍ରେସର ଦବଦବା କମିବ
 
ମହାରାଷ୍ଟ୍ରରେ ମହାୟୁତିର ବିଜୟ ହେବ ବୋଲି ଆକଳନ କରାଯାଇଥିଲେ ବି ଏତେ ବଡ଼ ବିଜୟର କେହି କଳ୍ପନା କରିନଥିଲେ । ଏହାପରେ ନୂଆ ସରକାର ଓ  ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।