କନକ ବ୍ୟୁରୋ: ଏନସିପି ଶରଦ ପାୱାର ଗୋଷ୍ଠୀର ବିଧାୟକଙ୍କ ବିବାଦୀୟ ବୟାନ । ଏନସିପି ଶରଦ ପାୱାର ଗୋଷ୍ଠୀର ବିଧାୟକ ଜିତେନ୍ଦ୍ର ଅୱଧ କହିଛନ୍ତି, ସନାତନ ଧର୍ମ ଭାରତକୁ ଧ୍ବସ୍ତ ବଧ୍ୱଂସ୍ତ କରିଦେଇଛି । ଏହା ଏକ ଧର୍ମ ନୁହେଁ । ସନାତନ ଧର୍ମର ଆଦର୍ଶ  ବିକୃତ । ଏହା ମହାରାଜା ଶିବାଜୀ ଓ ସମ୍ଭାଜୀ ମହାରାଜାଙ୍କୁ ବଦନାମ କରିଛି  । ୪ ଥରର ବିଧାୟକ ଜିତେନ୍ଦ୍ର ଅୱଧଙ୍କ ଏଭଳି ବୟାନ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି କରିଛି । 

Advertisment

ଜିତେନ୍ଦ୍ର ଅୱଧ ଆହୁରି ମଧ୍ୟ କହିଛନ୍ତି , ’ସନାତନ ଧର୍ମର ଅନୁଗାମୀମାନେ ସମାଜ ସଂସ୍କାରକ  ଜ୍ୟୋତିରାଓଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ଏବଂ ସାବିତ୍ରୀ ବାଈ ଫୁଲେଙ୍କ ଉପରକୁ ଗୋବର ଫିଙ୍ଗି ଅପମାନିତ କରିଥିଲେ । ସନାତନ କେବେ ଏକ ଧର୍ମ ନଥିଲା । ସନାତନ ଧର୍ମର ଲୋକମାନେ ସାହୁ ମହାରାଜାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ସ୍କୁଲ ଯିବାକୁ ଦିଆଯାଇନଥିଲା । ଆମ୍ୱେଦକର ସନାତନ ଧର୍ମକୁ ବିରୋଧ କରି ମନୁସ୍ମୃତିକୁ ପୋଡ଼ି ଦେଇଥିଲେ । ଜିତେନ୍ଦ୍ର ଅୱଧଙ୍କ ପରି ୨୦୨୩ରେ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ମଧ୍ୟ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିଲେ । ମାମଲା ସୁପ୍ରମକୋର୍ଟରେ ପହଞ୍ଚିଥିଲା  ଓ ପରେ ପିଟିସନ୍ ପ୍ରତ୍ୟାହାର କରାଯାଇଥିଲା ।  ।