କନକ ବ୍ୟୁରୋ :  ଆଉ ନିର୍ବାଚନ ଲଢିବେନି ଏନସିପି ମୁଖ୍ୟ ଶରଦ ପାୱାର । ଏନେଇ ସେ ବଡ଼ ଘୋଷଣା କରିଛନ୍ତି । ଏହା ସହ ସେ ରାଜନୀତିରୁ ସନ୍ୟାସ ନେବା ନେଇ ସଙ୍କେତ ଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ବାରାମତି ଗସ୍ତ କରିଥିଲେ ଶରଦ ପାୱାର । ଏହି ସମୟରେ ସେ ଆଉ କୌଣସି ନିର୍ବାଚନ ଲଢିବାକୁ ଚାହୁନାହାନ୍ତି ବୋଲି କହିଥିଲେ । ତାଙ୍କୁ ଏବେ ଅଟକିବାକୁ ହେବ, ନୂଆ ପିଢିକୁ ଆଗକୁ ଆସିବାକୁ ହେବ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ସେ ୧୪ ଥର ନିର୍ବାଚନ ଲଢିଛନ୍ତି । କ୍ଷମତା ଲୋଡା ନାହିଁ, କେବଳ ସମାଜ ପାଇଁ କାମ କରିବାକୁ ଚାହୁଁଛି । ସେ ଏବେ କ୍ଷମତାରେ ନାହାନ୍ତି, କେବଳ ରାଜ୍ୟସଭାରେ ଅଛନ୍ତି ।  ତାଙ୍କ ପାଖରେ ଏବେ ଦେଢ ବର୍ଷର ସମୟ ରହିଛି । ଏହା ପରେ ସେ ରାଜ୍ୟସଭା ଯିବେକି ନାହିଁ ବୋଲି ବିଚାର କରିବେ ବୋଲି କହିଛନ୍ତି ।