କନକ ବ୍ୟୁରୋ: ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ । ମନ୍ତ୍ରୀଭାବେ ଶପଥ ନେଲେ ଛଗନ ଭୂଜବଳ । ଏନସିପି ଅଜିତ ପାୱାର ଗୋଷ୍ଠୀର ତୁଙ୍ଗ ନେତା ଛଗନ ଭୂଜବଳ । ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ସମୟରେ ଛଗନଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ବିଦ୍ରୋହୀ ସାଜିବେ ବୋଲି ଚର୍ଚ୍ଚା ହେଉଥିଲେ । ଏପରିକି ନିକଟରେ ସେ ଅସନ୍ତୁଷ୍ଟ ପ୍ରକାଶ କରି ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ତେବେ ଛଗନଙ୍କ ମାନଭଞ୍ଜନ କରି ମହାୟୁତିରେ ତାଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି ।
ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ: ଏନସିପି ନେତା ଛଗନ ଭୂଜବଳଙ୍କୁ ମନ୍ତ୍ରୀ ପଦ
ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ । ମନ୍ତ୍ରୀଭାବେ ଶପଥ ନେଲେ ଛଗନ ଭୂଜବଳ । ଏନସିପି ଅଜିତ ପାୱାର ଗୋଷ୍ଠୀର ତୁଙ୍ଗ ନେତା ଛଗନ ଭୂଜବଳ ।
/kanak/media/media_files/2025/05/20/J1cqMD7GDBhAiVqjuYTd.jpg)