କନକ ବ୍ୟୁରୋ : ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି । ଅଜିତ ପାୱାର ଗୋଷ୍ଠୀର ଏନସିପି ନେତା ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶନିବାର ରାତିରେ ମୁମ୍ବାଇର ବାନ୍ଦ୍ରା ଠାରେ କିଛି ଅଜଣାବ୍ୟକ୍ତି ବାବା ସିଦ୍ଦିକଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି, ସିଦ୍ଦିକ ତାଙ୍କ ପୁଅଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୩ ଜଣଙ୍କୁ ସନ୍ଦେହରେ ଗିରଫ କରି ଥାନାରେ ଜେରା କରୁଛି । 

Advertisment

ଚଳିତ ବର୍ଷ ଫେବୃୃଆରୀ ମାସରେ କଂଗ୍ରେସ ଛାଡି ବାବା ସିଦ୍ଦିକ ଅଜିତ ପାୱାର ଗୋଷ୍ଠୀର ଏନସିପିରେ ଯୋଗ ଦେଇଥିଲେ । ସେ ଦୀର୍ଘ ୪୮ ବର୍ଷ ଧରି କଂଗ୍ରେସ ପାଇଁ କାମ କରିଥିଲେ । ପଶ୍ଚିମ ବାନ୍ଦ୍ରା ବିଧାନସଭା କ୍ଷେତ୍ରରୁ ସେ ୩ ଥର କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ । ଏହାସହ ମହାରାଷ୍ଟ୍ର ସରକାରରେ ସେ ପୂର୍ବରୁ ମନ୍ତ୍ରୀ ମଧ୍ୟ ହୋଇଥିଲେ ।