ଏନ୍‌ସିପି ବିଲୟ ପାଇଁ ପଥ ପରିଷ୍କାର ! : ୮୦% ବିଧାୟକ ପ୍ରସ୍ତୁତ, ଅଜିତଙ୍କ ନିକଟତର ସହଯୋଗୀଙ୍କ ଦାବି ନେଇ ରାଜ୍ୟ ରାଜନୀତିରେ ହଲଚଲ୍

Advertisment

ଅଜିତ ପାୱାର ଗୋଷ୍ଠୀର ବରିଷ୍ଠ ନେତାମାନେ ଏଠାକୁ ନେଇ ଦୂରେଇ ରହିଥିଲେ। କିନ୍ତୁ ଅଜିତ ପାୱାରଙ୍କ ଘନିଷ୍ଠ ସହଯୋଗୀ ବିଧାୟକ ହୀରାମଣ ଖୋସ୍କର ଏବେ ମୁହଁ ଖୋଲିଛନ୍ତି ।

ଅଜିତ ପାୱାର ଗୋଷ୍ଠୀର ବରିଷ୍ଠ ନେତାମାନେ ଏଠାକୁ ନେଇ ଦୂରେଇ ରହିଥିଲେ। କିନ୍ତୁ ଅଜିତ ପାୱାରଙ୍କ ଘନିଷ୍ଠ ସହଯୋଗୀ ବିଧାୟକ ହୀରାମଣ ଖୋସ୍କର ଏବେ ମୁହଁ ଖୋଲିଛନ୍ତି ।

NCP

NCP Photograph: (Google)

କନକ ବ୍ୟୁରୋ: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଏନ୍‌ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ପାଇଁ ଆହ୍ୱାନ ଜୋର ଧରିଛି । ଏପର୍ଯ୍ୟନ୍ତ ଶରଦ ପାୱାର ଗୋଷ୍ଠୀର ନେତାମାନେ ଏହା ଉପରେ ସ୍ୱର ଉଠାଇଥିଲେ । ଅଜିତ ପାୱାର ଗୋଷ୍ଠୀର ବରିଷ୍ଠ ନେତାମାନେ ଏଠାକୁ ନେଇ ଦୂରେଇ ରହିଥିଲେ। କିନ୍ତୁ ଅଜିତ ପାୱାରଙ୍କ ଘନିଷ୍ଠ ସହଯୋଗୀ ବିଧାୟକ ହୀରାମଣ ଖୋସ୍କର ଏବେ ମୁହଁ ଖୋଲିଛନ୍ତି। ସେ ଦାବି କରିଛନ୍ତି ଯେ, ଦଳର ୮୦ ପ୍ରତିଶତ ବିଧାୟକ ମିଶ୍ରଣ ପାଇଁ ପ୍ରସ୍ତୁତ। ତାଙ୍କର ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି ।

୩୦-୩୫ ବିଧାୟକ ରାଜି
ତାଙ୍କ ଅନୁସାରେ,ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଦିନ ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ବିଷୟରେ ଆଲୋଚନା ହୋଇଥିଲା। ୪୦ ବିଧାୟକଙ୍କ ମଧ୍ୟରୁ ୩୦-୩୫ ଜଣ ଏଥିପାଇଁ ପ୍ରସ୍ତୁତ ଥିଲେ । ସେ କହିଛନ୍ତି, ସେ ଖୁବ୍ ଶୀଘ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ସହ ସାକ୍ଷାତ କରି ଦୁଇ ଗୋଷ୍ଠୀର ମିଶ୍ରଣ ପାଇଁ ସୁପାରିସ୍ କରିବେ। ସେ ଏହି ସମ୍ପର୍କରେ ଦଳର ବରିଷ୍ଠ ନେତା ସୁନୀଲ ତଟକାରେ ଓ ପ୍ରଫୁଲ ପଟେଲଙ୍କୁ ମଧ୍ୟ ଅନୁରୋଧ କରିବେ। 

ଅଧିକ ପଢନ୍ତୁ : ଶେଖ ହସିନା-ସୀମାରେ ହତ୍ୟା-ଗଙ୍ଗା ଜଳ ଚୁକ୍ତିନାମା: ବିଏନ୍‌ପି ସରକାରଙ୍କ ସମ୍ମୁଖରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଇଗତପୁରୀ ବିଧାୟକ କହିଛନ୍ତି ଯେ, ଯଦି ଆମେ ଆମର ଦିବଂଗତ ନେତା ଅଜିତ ପାୱାରଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁ, ତେବେ ଉଭୟ ଗୋଷ୍ଠୀ ମିଶ୍ରଣ ହେବା ଉଚିତ। ଶରଦ ପାୱାର ଗୋଷ୍ଠୀର ନେତାମାନେ ଦାବି କରିଥିଲେ ଯେ, ଜାନୁଆରି ୧୭ ତାରିଖରେ ଅନୁଷ୍ଠିତ ବୈଠକରେ ଅଜିତ ପାୱାର ଉଭୟ ଗୋଷ୍ଠୀର ମିଶ୍ରଣ ଯୋଜନାକୁ ଅନୁମୋଦନ କରିଥିଲେ ଓ ଫେବ୍ରୁଆରି ୧୨ ତାରିଖରେ ଏହାର ଆନୁଷ୍ଠାନିକ ଘୋଷଣା ବିଷୟରେ କଥା ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ଜାନୁଆରି ୨୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଜିତ ପାୱାର ନେଇଥାନ୍ତେ ନେତୃତ୍ବ

ଏନସିପିର ଶରଦ ପାୱାର ଗୋଷ୍ଠୀର ରାଜ୍ୟ ସଭାପତି ଶଶିକାନ୍ତ ସିନ୍ଦେ ଦାବି କରିଛନ୍ତି ଯେ, ଜାନୁଆରି ୧୭ ତାରିଖରେ ଏକ ବୈଠକରେ ଏନସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଆଲୋଚନା ଚୂଡ଼ାନ୍ତ ହୋଇଥିଲା ଓ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦଳର ଦାୟିତ୍ୱ ନେବାକୁ ସ୍ଥିର ହୋଇଥିଲା। ଦଳର ସାପ୍ତାହିକ ପତ୍ରିକାରେ ଏକ ଲେଖାରେ ସେ କହିଛନ୍ତି ଯେ, ମିଶ୍ରଣ ପରେ ଦଳର ସମ୍ପୂର୍ଣ୍ଣ ନେତୃତ୍ୱ ଅଜିତ ପାୱାରଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ବିଜେପିକୁ ପଚାରିବାକୁ ପଡିବ

ଏନ୍‌ସିପି ଅଜିତ ପାୱାର ଗୋଷ୍ଠୀର ରାଜ୍ୟ ସଭାପତି ସୁନୀଲ ତତକରେ ସିନ୍ଦେଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ମିଶ୍ରଣ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ସାର୍ବଜନୀନ ମନ୍ତବ୍ୟ ଦେବା ଅନୁଚିତ। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଅଜିତ ପାୱାରଙ୍କ ମତ ବହୁ ବର୍ଷ ପୁରୁଣା। ସେ ୨୦୧୪, ୨୦୧୬ ଏବଂ ୨୦୧୯ରେ ମଧ୍ୟ ବିଜେପିରେ ଯୋଗଦେବାକୁ ସୁପାରିସ୍ କରିଥିଲେ।

୨୦୧୯ରେ ମଧ୍ୟ ଏହି ଆଲୋଚନା ଶେଷ ପର୍ଯ୍ୟାୟରେ ଥିଲା । ଅଜିତ ପାୱାର ବିଶ୍ୱାସ କରୁଥିଲେ ଯେ, ବିଜେପି ଓ ଏନ୍‌ସିପି ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଗଠନ ପାରିବେ। ଏହା ସହ କେନ୍ଦ୍ରୀୟ ସମର୍ଥନ ମଧ୍ୟ ପାଇପାରିବେ। ବର୍ତ୍ତମାନ, ସେମାନେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ଅଂଶ । ତେଣୁ, ଏନ୍‌ସିପିର ଦୁଇଟି ଗୋଷ୍ଠୀର ମିଶ୍ରଣ ନେଇ ବିଜେପିକୁ ପଚାରିବାକୁ ପଡିବ।

ଅଦୃଶ୍ୟ ଶକ୍ତିର ଧମକ ଓ ଷଡ଼ଯନ୍ତ୍ର ଯୋଗୁ ବାଧ୍ୟ ହୋଇ ଧରିଥି‌ଲେ ବିଜେପି ହାତ
ସିନ୍ଦେ କହିଛନ୍ତି, ଦଳ ଏକ ହୋଇ ଆଗକୁ ବଢ଼ିବା ପାଇଁ ଏହି ନିଷ୍ପତ୍ତି ବହୁତ ଭାବିଚିନ୍ତି ନିଆଯାଇଥିଲା। ଯଦିଓ ବିମାନ ଦୁର୍ଘଟଣା ଯୋଗୁ ଦାଦାଙ୍କ ସ୍ୱପ୍ନ ଅଧୁରା ରହିଗଲା, ତଥାପି ଏହାକୁ ପୂରଣ କରିବା ଏବେ ଆମର ଦାୟିତ୍ୱ। ସିନ୍ଦେ ଏହା ମଧ୍ୟ ଦାବି କରିଛନ୍ତି, ଅଦୃଶ୍ୟ ଶକ୍ତିର ଧମକ ଓ ଷଡ଼ଯନ୍ତ୍ର ଯୋଗୁ ସ୍ୱର୍ଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୂଳ ଏନ୍‌ସିପି ଛାଡି ବିଜେପିରେ ଯୋଗ ଦେବାକୁ ବାଧ୍ୟ ହୋଇଥିଲେ ।

ଅଭିଜ୍ଞ ନେତାଙ୍କ ଆବଶ୍ୟକତା
ବିଧାୟକ ଖୋସ୍କର କହିଛନ୍ତି, ଆମକୁ ଅଭିଜ୍ଞ ନେତାଙ୍କ ମାର୍ଗଦର୍ଶନ ଆବଶ୍ୟକ। ଯଦି ଦୁଇଟି ଗୋଷ୍ଠୀର ମିଶ୍ରଣ ହୁଏ, ତେବେ ଆମକୁ ଶରଦ ପାୱାରଙ୍କ ପରି ଅଭିଜ୍ଞ ନେତାଙ୍କ ସହିତ ଜୟନ୍ତ ପାଟିଲ, ବାଲାସାହେବ ପାଟିଲ ଓ ରାଜେଶ ଟୋପେଙ୍କ ସମର୍ଥନ ମିଳିବ। ଏହା ଏନ୍‌ସିପିକୁ ଆହୁରି ମଜବୁତ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe