କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଜେପି ସହ ମିଳିତ ଭାବେ ସରକାର ଗଠନ କରିଥିବା ଏନସିପି (ଅଜିତ ପାୱାର ଗୋଷ୍ଠୀ) ଦିଲ୍ଲୀରେ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି । ଏନେଇ ଦଳର ମୁଖ୍ୟ ଅଜିତ ପାୱାର ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ଏନସିପି (ଅଜିତ ପାୱାର ଗୋଷ୍ଠୀ) ଦିଲ୍ଲୀରେ କିନ୍ତୁ ବିଜେପି ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି। 
ଦିଲ୍ଲୀର ବୁରାଡି, ମଙ୍ଗଲପୁରୀ, ଚାନ୍ଦିନଚୌକ, ବଲ୍ଲୀ ମାରନ, ଛତରପୁର, ସଂଗମ ବିହାର, ଓଖଲା, ଲକ୍ଷ୍ମୀନଗର, ସୀମାପୁରୀ ଓ ଗୋକୁଲପୁରୀ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଏନସିପି (ଅଜିତ ପାୱାର ଗୋଷ୍ଠୀ)ର ସଂସଦୀୟ କମିଟ ନିଷ୍ପତ୍ତି ପରେ ପ୍ରାର୍ଥୀ ଘୋଷଣା କରାଯାଇଛି । 

Advertisment

ଯଦି ଏନସିପି (ଅଜିତ ପାୱାର ଗୋଷ୍ଠୀ) ଦିଲ୍ଲୀରେ ଏକା ନିର୍ବାଚନ ଲଢିବ ତେବେ ମହାରାଷ୍ଟ୍ର ମେଣ୍ଟ ଉପରେ ଏହାର ପ୍ରଭାବ ପଡିବ କି ? ଯଦି ହଁ ତେବେ ବି ମହାରାଷ୍ଟ୍ରରେ ଅଜିତ୍ ପାୱାରଙ୍କ ଏନସିପି (ଅଜିତ ପାୱାର ଗୋଷ୍ଠୀ)କୁ ଛାଡି ବିଜେପି ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ପାଖରେ ବହୁମତ ରହିଛି । ହେଲେ ଏହା ଏନଡିଏ ମେଣ୍ଟର ଚିତ୍ର ଖରାପ କରିବ ନିଶ୍ଚିତ ।