କନକ ବ୍ୟୁରୋ : ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ, ଭାରତୀୟ ନୌସେନା ଓ ଗୁଜରାଟ ପୋଲିସର ଏଟିଏସ ମିଳିତ ସର୍ଚ୍ଚ ଅପରେସନ ବେଳେ ବଡ଼ ସଫଳତା ମିଳିଛି । ସୁମଦ୍ର ଭିତରେ ଅଭିଯାନ କରି ୭୦୦ କିଲୋଗ୍ରାମର ମେଥ୍ ଡ୍ରଗ୍ସ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୮ ଜଣ ବିଦେଶୀ ନାଗରିକ ବୋଲି ସୂଚନା ରହିଛି । ଜବତ ହୋଇଥିବା ଡ୍ରଗ୍ସର ଆନୁମାନିକ ମୂଲ୍ୟ ୨ ହଜାର କୋଟି ଟଙ୍କା ହେବ ବୋଲି ବିଭାଗ ତରଫରୁ ଆକଳନ କରାଯାଇଛି ।
ଗତ କିଛିଦିନ ହେବ ଏନସିବି ସାଗର ମନ୍ଥନ ନାମରେ ଏକ ଅଭିଯାନ ଆରମ୍ଭ କରିଛି । ଏହି ଅପରେସନର ମୁଖ୍ୟ ଉର୍ଦ୍ଦେଶ୍ୟ ରହିଛି କି, ସମୁଦ୍ର ପଥ ଦେଇ ବିଦେଶରୁ ଭାରତକୁ ହେଉଥିବା ଚୋରା ନିଶା ଦ୍ରର୍ବ୍ୟ ଚାଲାଣ ରୋକିବା । ଆଜି ଜବତ ହୋଇଥିବା ଡ୍ରଗ୍ସକୁ ନେଇ ଏନସିବି କହିଛି କି, ସମୁଦ୍ର ପଥରେ ବଡ ଧରଣର ନିଶା ଦ୍ରର୍ବ୍ୟ ଆସୁଥିବା ନେଇ ତାଙ୍କ ପାଖରେ ପକ୍କା ସୂଚନା ପହଂଚିଥିଲା । ଏହାପରେ ଏନସିବି, ଗୁଜରାଟ ପୋଲିସର ଏଟିଏସ ଓ ନୌସେନାର ମିଳିତ ସହଯୋଗରେ ସେମାନଙ୍କୁ ଧରାଯାଇ ସେମାନଙ୍କ ଠାରୁ ୭୦୦ କିଲୋଗ୍ରାମର ମେଥ୍ ଡ୍ରଗ୍ସ ଜବତ କରାଯାଇଛି ।