କନକ ବ୍ୟୁରୋ : ନୟାଗଡ଼ରେ ପ୍ରସୂତି ମୃତ୍ୟୁକୁ ନେଇ ଉତ୍ତେଜନା । ବାଲୁଗାଁ ଅଞ୍ଚଳର ଯୁବନେତା ସଞ୍ଜୟ ନାୟକଙ୍କ ପତ୍ନୀଙ୍କ ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ଗତକାଲି ରାତି ୮ଟାରେ ତାଙ୍କ ପତ୍ନୀ ମମତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମମତାଙ୍କୁ କେହି ଦେଖିବାକୁ ଆସିନଥିଲେ । ଓଲଟି ଡ୍ୟୁଟିରେ ଥିବା ଡାକ୍ତର ରବୀନ୍ଦ୍ର ସାହୁ ସକାଳୁ ଦେଖିବା ବୋଲି କହିଥିବା ଅଭିଯୋଗ ହୋଇଛି । ପରେ ରାତି ସାଢ଼େ ୩ ଟାରେ ମମତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦେଖି ପୁଲିସ ମୁତୟନ କରାଯାଇଛି । ନିଜେ ଏସ୍ଡିପିଓ ଓ ଟାଉନ୍ ଥାନା ଆଇଆଇସି ପହଞ୍ଚିଛନ୍ତି । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।
ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା : ଛଟପଟ ହେଉଥିବା ବେଳେ ଡାକ୍ତର ଶୁଣି ନଥିବା ଅଭିଯୋଗ ଆଣିଲେ ସ୍ବାମୀ
ବାଲୁଗାଁ ଅଞ୍ଚଳର ଯୁବନେତା ସଞ୍ଜୟ ନାୟକଙ୍କ ପତ୍ନୀଙ୍କ ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି ।
/kanak/media/media_files/2025/06/01/5iFXDTDyysJro4rTrtot.jpg)