କନକ ବ୍ୟୁରୋ : ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ପ୍ରେମୀ ଯୁଗଳଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରୁ ଏଭଳି ଅଭାବନୀୟ ଖବର ଆସିଛି । ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ସହ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନିଶାଶକ୍ତ ଅବସ୍ଥାରେ କିଛି ମଦ୍ୟପ ଆସି ଯୁବକ ଯୁବତୀଙ୍କୁ ଛୁରୀ ଦେଖାଇ ଅଟକାଇ ଥିଲେ । ପରେ ଜଙ୍ଗଲ ଭିତରକୁ ଟେକି ନେଇଥିଲେ । ପୁରୁଷ ବନ୍ଧୁ ବାଧା ଦେବାରୁ ତାଙ୍କୁ ମାଡ଼ ମାରିବା ସହ ବାନ୍ଧି ଦେଇଥିଲେ । ପରେ ଯୁବତୀଙ୍କ ସହିତ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିବା ସହ ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଫୋନ କରି ଡାକିବା ସହ ଭିଡ଼ିଓ ଭାଇରାଲ କରିଥିଲେ । ପୀଡ଼ିତା ଯୁବତୀ ଜଣକ ପତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଓ ଭିଡ଼ିଓକୁ ଆଧାର କରି ଫତେଗଡ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।
ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ତିନିଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ସହ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନିଶାଶକ୍ତ ଅବସ୍ଥାରେ କିଛି ମଦ୍ୟପ ଆସି ଯୁବକ ଯୁବତୀଙ୍କୁ ଛୁରୀ ଦେଖାଇ ଅଟକାଇ ଥିଲେ । ପରେ ଜଙ୍ଗଲ ଭିତରକୁ ଟେକି ନେଇଥିଲେ ।