କନକ ବ୍ୟୁରୋ:  ୨୦୨୬ ସୁଦ୍ଧା ଦେଶରୁ ଲୋପ ପାଇଯିବ ନକ୍ସଲ। ଛତିଶଗଡ଼ରେ କେନ୍ଦ୍ର-ରାଜ୍ୟ ସମନ୍ୱୟ ବୈଠକରେ ଯୋଗଦେବା ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏସମ୍ପର୍କରେ ବୟାନ ଦେଇଛନ୍ତି। ଶାହା କହିଛନ୍ତି, ଗତ ୪୦ ବର୍ଷରେ ନକ୍ସଲ ଆକ୍ରମଣରେ ୧୭ ହଜାର ଲୋକଙ୍କ ଜୀବନ ଯାଇଛି। ଗତ  ୧୦ ବର୍ଷରେ ୬ ହଜାର ୧୭ ଜଣ ସୁରକ୍ଷାକର୍ମୀ ଓ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଯାହା ଏବେ ୭୦ ପ୍ରତିଶତ କମିଯାଇଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦ ସମ୍ପୂର୍ଣ୍ଣ ହଟିଯିବ। ତେଣୁ ଦେଶରୁ ନକ୍ସଲଙ୍କୁ ମୂଳପୋଛ କରିବାକୁ ଯଥାସାଧ୍ୟ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଶାହ ।