କନକ ବ୍ୟୁରୋ :  ସରଣ୍ଡାରେ ପୁଣି ଥରେ ନକ୍ସଲ ହିଂସା, ଏୟାରଟେଲ୍ ଟାୱାର ଏବଂ ଜେନେରେଟର ସେଟ୍ ପୋଡ଼ି ଦେଲେ ମାଓବାଦୀ । ରାଉଲକେଲା ସରଣ୍ଡା ଜଙ୍ଗଲରେ ପୁଣି ଥରେ ନକ୍ସଲ ଆତଙ୍କ ଦେଖା ଦେଇଛି । ମାଓ ସଙ୍ଗଠନର "ପ୍ରତିଶୋଧ ସପ୍ତାହ"  ଚାଲୁ ଥିବା ବେଳେ  ନକ୍ସଲମାନେ ଝାଡ଼ଖଣ୍ଡ ରାଜ୍ୟର ଝରାଇକେଲା ଥାନା କୋଲବୋଙ୍ଗା ଗାଁରେ  ଗୋଟିଏ ଏୟାରଟେଲ୍ ମୋବାଇଲ୍ ଟାୱାର ଉଡାଇଦେଇଛନ୍ତି । ପ୍ରାୟ ୨୦ ଜଣ ସଶସ୍ତ୍ର ନକ୍ସଲ ଗାଁରେ ପହଞ୍ଚି ଟାୱାର ତଳେ ଥିବା ଜେନେରେଟର ଏବଂ ଯନ୍ତ୍ରପାତିକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । କିଛି ସମୟ ମଧ୍ୟରେ ସମଗ୍ର ଉପକରଣ ପାଉଁଶ ହୋଇଯାଇଥିଲା । ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ନକ୍ସଲମାନେ ଟାୱାର ଜାଳିବା ପରେ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି  

Advertisment