କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ ପାଇଁ ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ସମରାଭ୍ୟାସ ଆରମ୍ଭ ହୋଇଛି । ପୁରୀରେ ପ୍ରଥମ କରି ନୌସେନା ଦିବସ ପାଳନ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସମରାଭ୍ୟାସ ଦେଖିବାକୁ ପୁରୀ ବେଳାଭୂମିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ପୁରୀ ବେଳାଭୂମି ଓ ସମୁଦ୍ରରେ ଦମ୍ ଦେଖାଉଛନ୍ତି ଭାରୀତୀୟ ନୌସେନା । ଆରମ୍ଭ ହୋଇଛି ସମରାଭ୍ୟାସ । ପହଞ୍ଚିଛି ଟ୍ୟାଙ୍କ୍ ଓ ଜାହାଜ । ଟ୍ୟାଙ୍କଗୁଡ଼ିକ ଉଭୟ ଜଳ, ସ୍ଥଳରେ ଯାଇପାରିବ । ଆସନ୍ତାକାଲି ଆଉ କିଛି ଟ୍ୟାଙ୍କ ଓ ଜାହାଜ ଆସିବ । ଏଥିରେ ରହିଛି ଅତ୍ୟାଧୁନିକ ଗୁଳିଗୋଳା କ୍ଷେପଣର ବ୍ୟବସ୍ଥା । ଗଭୀର ସମୁଦ୍ରର ଅଥଳ ଜଳରେ ଲଢ଼େଇର ଡେମୋ ଦେଖାଇବ ନୌସେନା । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।
ଯୁଦ୍ଧ ବେଳେ ଯୁଦ୍ଧାସ୍ତ୍ର ଓ ତେଲ ପରିବହନ ସହ ଅଘଟଣ ରୋକିବା ପାଇଁ ଫ୍ଲୋଟିଂ ବୋଟ୍ ବି ପହଞ୍ଚି ସାରିଛି । ଏହାଛଡ଼ା ୪ଟି ଲଢ଼ୁଆ ହେଲିକପ୍ଟର ପୁରୀ ସମୁଦ୍ର ଉପରେ ଚକ୍କର କାଟୁଛନ୍ତି । ଅତିଥି ଓ ଲୋକମାନେ ଅତି ନିକଟରୁ ଏହାକୁ ଦେଖିବା ପାଇଁ ବଡ଼ ବଡ଼ ଏଲ୍ଇଡି ସ୍କ୍ରିନ୍ ଲଗାଯାଇଛି । ନୌସେନାର ବରିଷ୍ଠ ଅଧିକାରୀମାନେ ପୁରୀରେ ଡେରା ପକାଇଛନ୍ତି ।
୭ ହଜାର ୫୦୦ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ପେଣ୍ଠକଟା ଠାରୁ ଷ୍ଟର୍ଲିଂ ପର୍ଯ୍ୟନ୍ତ ବେଳାଭୂମିରେ ଏହି ଅପରେସନାଲ ଡେମୋ ଶୋ ଦେଖିବା ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/28/pbOuPvhaFxvLGK4112i6.jpg)