କନକ ବ୍ୟୁରୋ : ଚଳିତବର୍ଷ ସେପ୍ଟେମ୍ବର ୨୨ରୁ ନବରାତ୍ରି ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର କେଇଟା ଦିନ ପରେ ମା’ ଏହି ଧରାପୃଷ୍ଠରେ ବିରାଜିବେ ଏବଂ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପୂଜା ପେଣ୍ଡାଲ ଓ କମିଟି ଉଭୟ ପ୍ରସ୍ତୁତ ହେଲେଣି । ତେବେ ନବରାତ୍ରିରେ ମା’ଙ୍କ ଆଗମନର ଖୁସି ସହ ଲୋକଙ୍କ ମନରେ ଦାଣ୍ଡିଆକୁ ନେଇ ଉତ୍ସାହ ରହିଥାଏ । ୯ ଦିନ ଧରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଲୋକେ ଦାଣ୍ଡିଆ ଖେଳିଥା’ନ୍ତି । ଗୁଜରାଟରୁ ଆରମ୍ଭ ହୋଇଥିବା ଏହି ନାଚ ଏବେ ଦେଶ ଏବଂ ବିଦେଶରେ ଲୋକପ୍ରିୟ ହେଲାଣି । ତେବେ ନବରାତ୍ରିରେ କାହିଁକି ଲୋକେ ଗରବା କରିବା ସହ ଦାଣ୍ଡିଆ ଖେଳନ୍ତି ଓ ଏହାର ଇତିହାସ କ’ଣ ? ଆସନ୍ତୁ ଜାଣିବା ।
/filters:format(webp)/kanak/media/media_files/2025/09/16/dandia-2025-09-16-16-14-31.jpg)
୯ ଦିନରେ ମା'ଙ୍କ ନଅଟି ରୂପର ପୂଜା କରାଯାଏ । ନବରାତ୍ରି ସମୟରେ ଗରବା ଏବଂ ଦାଣ୍ଡିଆ ଖେଳା ନଗଲେ ନବରାତ୍ରି ପର୍ବ ଅଧୁରା ଲାଗେ । ତେବେ ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଆପଣ ଜାଣନ୍ତି କି ? ଯଦି ଆମେ ଗରବା ବିଷୟରେ କହିବା ତେବେ ଏହାର ଆକ୍ଷରିକ ଅର୍ଥ ହେଉଛି 'ଗର୍ଭ' କିମ୍ବା 'ଭିତରର ଦୀପ' । ଏହାକୁ ଦେବୀଙ୍କ ପୂଜାର ପ୍ରତୀକ ଭାବରେ ବିବେଚନା କରାଯାଏ । ନବରାତ୍ରି ପର୍ବ ସମୟରେ ଏକ ମାଟି ପାତ୍ରରେ ଦୀପ ଜଳାଯାଏ, ଯାହାକୁ 'ଗରବି' କୁହାଯାଏ । ଏହି ପାତ୍ରକୁ ମା’ ଦୁର୍ଗାଙ୍କ ଶକ୍ତି ଏବଂ ଉର୍ଜାର ସ୍ବରୂପ ଭାବରେ ବିବେଚନା କରାଯାଏ । ଲୋକମାନେ ଏହା ଚାରିପାଖରେ ନୃତ୍ୟ କରନ୍ତି, ଯାହା ଜୀବନ ଏବଂ ଶକ୍ତିର ଚକ୍ରକୁ ଦର୍ଶାଏ । ସବୁଠୁ ବଡ଼ କଥା ହେଲା ମା'ଙ୍କ ଲୋକପ୍ରିୟ ଗୀତରେ ହିଁ ଗରବା ନୃତ୍ୟ ପରିବେଷଣ କରାଯାଏ । ହେଲେ ଏବେ ଅନେକ ସ୍ଥାନରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।
/filters:format(webp)/kanak/media/media_files/2025/09/16/navratri-2025-09-16-16-14-52.jpg)
ଯଦି ଆମେ ଦାଣ୍ଡିଆ ନାଚ ବିଷୟରେ କହିବା ତେବେ ଦାଣ୍ଡିଆକୁ ରାକ୍ଷସ ମହିଷାସୁରର ବଧ ସମୟରେ ଦେବୀ ଦୁର୍ଗା ବ୍ୟବହାର କରିଥିବା ତ୍ରିଶୂଳର ପ୍ରତୀକ ଭାବରେ ବିବେଚନା କରାଯାଏ । ଦାଣ୍ଡିଆରେ ବ୍ୟବହୃତ କାଠିକୁ ଦେବୀ ଦୁର୍ଗାଙ୍କ ତ୍ରିଶୂଳ ବୋଲି କୁହାଯାଏ, ଯିଏ କୁକାର୍ଯ୍ୟ ବିନାଶର ପ୍ରତୀକ । ଏହି ନୃତ୍ୟ କରି ଦେବୀ ଦୁର୍ଗା ଏବଂ ନବରାତ୍ରିର ନଅ ରାତି ସମୟରେ ପୂଜା ପାଉଥିବା ତାଙ୍କର ୯ଟି ରୂପକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ କରାଯାଏ । ତେବେ ଦାଣ୍ଡିଆର ଉତ୍ପତ୍ତି ଗୁଜରାଟରେ ହୋଇଥିଲା । ନବରାତ୍ରି ମହୋତ୍ସବ ସମୟରେ ଦେବୀ ଦୁର୍ଗାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଭକ୍ତିପୂର୍ଣ୍ଣ ନୃତ୍ୟ ଆରମ୍ଭ ହୋଇଥିଲା, ଯାହା ଖରାପ ଉପରେ ଭଲର ବିଜୟର ପ୍ରତୀକ । "ତରବାରୀ ନୃତ୍ୟ" ନାମରେ ପରିଚିତ ଏହି ନୃତ୍ୟରେ ଅଂଶଗ୍ରହଣକାରୀମାନେ ପରସ୍ପରର ବାଡ଼ିକୁ ବାଡ଼େଇବା ପାଇଁ "ଦାଣ୍ଡିଆ" ନାମକ ବାଡ଼ି ବ୍ୟବହାର କରନ୍ତି ।
/filters:format(webp)/kanak/media/media_files/2025/09/16/dandiya-raas-2025-09-16-16-17-02.jpg)
ଏହି ସମୟରେ ସେମାନେ ଗୋଲାକାର ଭାବେ ବୁଲି ନୃତ୍ୟ କରିଥା’ନ୍ତି । ଗୁଜରାଟରୁ ଆରମ୍ଭ ହୋଇଥିବା ଏହି ନୃତ୍ୟ ଏବେ ସାରା ବିଶ୍ବରେ ଲୋକପ୍ରିୟ । ବିଦେଶରେ ରହୁଥିବା ଭାରତୀୟମାନେ ନବରାତ୍ରି ସମୟରେ ଗରବା କରିବା ସହ ଦାଣ୍ଡିଆ ଖେଳୁଥିବାର ଦେଖିବାକୁ ମିଳେ । ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ଏହାର ଲୋକପ୍ରିୟତା ବଢ଼ୁଛି । ଯଦି ଆମେ ଓଡ଼ିଶା କଥା କହିବା ତେବେ ବିଗତ କିଛି ବର୍ଷ ମଧ୍ୟରେ ଦାଣ୍ଡିଆ ଖେଳର କ୍ରେଜ୍ ବଢ଼ିଛି । ବିଭିନ୍ନ ହୋଟେଲ ଓ ଖୋଲା ପଡ଼ିଆରେ ଦାଣ୍ଡିଆ ଖେଳ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ସବୁଠି ଖଚାଖଚ ଭିଡ଼ ଦେଖିବାକୁ ମିଳୁଛି ।