କନକ ବ୍ୟୁରୋ: ଏବେ ସବୁଠି ଗରବା କ୍ରେଜ୍ । ସନ୍ଧ୍ୟା ହେଲେ ବିଭିନ୍ନ ସ୍ଥାନରେ ଜମୁଛି ଗରବା , ଦାଣ୍ଡିଆ ନାଚର ଆସର । ହେଲେ ସମସ୍ୟା ହୁଏ , ଯେତେବେଳେ ନାଚୁ ନାଚୁ ଝାଳ ବୋହି ମେକଅପ୍ ଖରାପ ହୋଇଯାଏ । ଆପଣ ନିଜ ମେକଅପ୍ ଦୀର୍ଘ ସମୟ ଧରି ରଖିବାକୁ ଚାହୁଥିଲେ ଜାଣନ୍ତୁ କିଛି ଖାସ୍ ମେକଅପ୍ ଟିପ୍ସ ।
ନବରାତ୍ରି ପୂଜା, ପ୍ରାର୍ଥନା, , ପରମ୍ପରା , ସଂସ୍କୃତି, ଆଲୋକ ଓ ଉତ୍ସବର ପର୍ବ । ଏହି ସମୟରେ ସହରର ବିଭିନ୍ନ ସ୍ଥାନରେ ଦାଣ୍ଡିଆ ଓ ଗରବା ପାଇଁ ଖାସ୍ ଆୟୋଜନ ହୋଇଛି । ଯଦି ଏଭଳି ଆସରକୁ ଯାଉଛନ୍ତି କିନ୍ତୁ ଗରମ ଯୋଗୁଁ ହେଉ ବା ଝିପ୍ ଝିପ୍ ବର୍ଷା ଯୋଗୁଁ ଆପଣଙ୍କ ମେକଅପ୍ ଖରାପ ହୋଇଯାଉଛି ତାହେଲେ ଏହାକୁ କିପରି ରୋକିପାରିବେ ସେଥିପାଇଁ କିଛି ବିଶେଷ ଟିପ୍ସ ଜାଣିରଖନ୍ତୁ ।
ହେଭି ଫାଉଣ୍ଡେସନ୍ ଲଗାଇବାର ଭୁଲ କରନ୍ତୁନାହିଁ । ଫୁଲ କଭରେଜ୍ ଫାଉଣ୍ଡେସନ ନଲଗାଇବା ଭଲ । ବରଂ BB କ୍ରିମ୍ କିମ୍ବା ହାଲକା ଫାଉଣ୍ଡେସନ୍ ବାଛନ୍ତୁ । ମେକଅପକୁ ଦୀର୍ଘସ୍ଥାୟୀ ରଖିବାକୁ ବିୟୁଟି ସ୍ପଞ୍ଜରେ ବ୍ଲେଣ୍ଡ୍ କରନ୍ତୁ । ଖାସକରି ମଥା, ନାକ, ଓଠ ଉପରଭାଗରେ ଲୁଜ୍ ପାଉଡର ଲଗାନ୍ତୁ ।
ଆଜିକା ଦିନରେ ଗରବା ନାଚିବାକୁ ଯାଉଥିଲେ , ସବୁବେଳେ ୱାଟରପ୍ରୁଫ୍ ଆଇଲାଇନର, କାଜଲ, ଓ ମସ୍କାରା ହିଁ ବ୍ୟବହାର କରନ୍ତୁ ।
ଏ ଦିନରେ ୱାଟରପ୍ରୁଫ୍ ତଥା ମ୍ୟାଟ୍ ଲିପଷ୍ଟିକ୍ ବ୍ୟବହାର କରନ୍ତୁ । ଲିପଷ୍ଟିକ୍ ଲଗାଇବା ପରେ ଟିସ୍ୟୁ ପେପରରେ ହାଲକା ପୋଛିବେ । ଏହା ଉପରେ ହାଲକା ଟ୍ରାନ୍ସଲୁସେଣ୍ଟ ପାଉଡର ବ୍ୟବହାର କରନ୍ତୁ ।
ମେକଅପରେ ଫିକ୍ସିଙ୍ଗ ସ୍ପ୍ରେ ଜରୁରି ।ଏହା ମେକଅପକୁ ଦୀର୍ଘସ୍ଥାୟୀ ରଖେ । ଏହା ସହ ଆପଣଙ୍କ ମେଅପ୍ ଷ୍ଟେପ୍ ଶେଷ ହେବା ଦରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/27/digital-thumbs-2-2025-09-27-15-15-11.jpg)