କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ନବରାତ୍ରି । ଦେଶର ସମସ୍ତ ଶକ୍ତିପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ପ୍ରସିଦ୍ଧ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । 

Advertisment

ନବରାତ୍ରି ଆରମ୍ଭ, ଚଳଚଞ୍ଚଳ ଶକ୍ତିପୀଠ
ମା’ଙ୍କ ଆରାଧନାରେ ମଗ୍ନ ଶ୍ରଦ୍ଧାଳୁ
୯ ଦିନ ଧରି ୯ ରୂପରେ ଦର୍ଶନ ଦେବେ ମା’

ଦେବୀ ମା’ଙ୍କ ଆରାଧନାରେ ନିମଗ୍ନ ଶ୍ରଦ୍ଧାଳୁ । ନବରାତ୍ରୀ ପାଇଁ ଉତ୍ସବମୁଖର ଶକ୍ତିପୀଠ । ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ । ଦେଶର ସମସ୍ତ ମା’ଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ସମାଗମ । ୯ଦିନ ଧରି ମା ଦୁର୍ଗାଙ୍କ ୯ଟି ସୂରୁପ ପୂଜା ପାଇବେ । ଭକ୍ତମାନେ ବ୍ରତ,ଉପବାସ କରି ମା’ଙ୍କ ଉପାସନା କରନ୍ତି ଓ ମନବାଞ୍ଛା ଫଳ ପାଉଥିବା ପ୍ରାଚୀନ ଦିନରୁ ବିଶ୍ବାସ ରହିଛି । ନବରାତ୍ରିର ପ୍ରଥମ ଦିନରେ, କଳଶ ସ୍ଥାପନ ସହିତ, ଦେବୀ ମାତାଙ୍କ ପ୍ରଥମ ରୂପ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ନବରାତ୍ରିର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି ।

ମାତା ବୈଷ୍ଣୋଦେବୀଙ୍କଠୁ ନେଇ ବିଭିନ୍ନ ଦେବୀଙ୍କ ମନ୍ଦିରକୁ ରଙ୍ଗବିରଙ୍ଗ ଫୁଲ ଓ ଆଲୋକମାଳାରେ ସାଜସଜା କରାଯାଇଛି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଏଥିସହ ବୟସ୍କ ଓ ଶିଶୁ ଏବଂ ଗର୍ଭବତୀଙ୍କ ପାଇଁ ଭିଡବହୁଳ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ଉତ୍ତରପ୍ରଦେଶ ସରକାର ।