କନକ ବ୍ୟୁରୋ : ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ବର୍ଷକୁ ୪ ଥର ନବରାତ୍ରି ପଡ଼େ କିନ୍ତୁ କେବଳ ଦୁଇଟି ନବରାତ୍ରି ବହୁ ଧୁମ୍ଧାମ୍ରେ ପାଳନ କରାଯାଏ, ଗୋଟିଏ ହେଉଛି ଚୈତ୍ର ନବରାତ୍ରି ଏବଂ ଅନ୍ୟଟି ଶାରଦୀୟ ନବରାତ୍ରି । ଏହି ନଅ ଦିନରେ ମାତାଙ୍କ ୯ଟି ସ୍ୱରୂପର ପୂଜା କରାଯାଏ । ନଅ ଦିନ ମଧ୍ୟରେ ଅନେକ ଲୋକ ଉପବାସ ରଖନ୍ତି କିମ୍ବା ସାତ୍ତ୍ୱିକ ଭୋଜନ କରନ୍ତି । ପ୍ରତ୍ୟେକ ଦିନକୁ ଏକ ସ୍ୱତନ୍ତ୍ର ରଙ୍ଗ ଦିଆଯାଇଛି, ଯାହା ଦେବୀ ଦୁର୍ଗାଙ୍କ ଏକ ରୂପ ସହିତ ଜଡ଼ିତ । ତେଣୁ ଯେଉଁମାନେ ନବରାତ୍ରି ପାଳନ କରନ୍ତି ସେମାନେ ପ୍ରତ୍ୟେକ ଦିନ ଅନୁସାରେ ସେହି ରଙ୍ଗର ପୋଷାକ ପିନ୍ଧନ୍ତି ଏବଂ ଭୋଜନ ପ୍ରସ୍ତୁତ କରନ୍ତି ଓ ଦେବୀ ଦୁର୍ଗାଙ୍କୁ ଭୋଗ ଲଗାନ୍ତି । ତେବେ ଆପଣ ବି ଯଦି ମା’ଙ୍କ ନବରାତ୍ରି ପୂଜା କରୁଛନ୍ତି ଆସନ୍ତୁ ଜାଣିବା ଏହି ୯ ଦିନ କେଉଁ କେଉଁ ରଙ୍ଗର ପୋଷାକ ପିନ୍ଧିବେ ଏବଂ କେଉଁ ୯ ପ୍ରକାର ଭୋଗ ଲଗାଇବେ ।
/filters:format(webp)/kanak/media/media_files/2025/09/24/maa-2025-09-24-14-17-49.jpg)
୧ . ନବରାତ୍ରିର ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କୁ ସମର୍ପିତ । ଶ୍ବେତ ରଙ୍ଗ ମା’ଙ୍କ ଭାରି ପ୍ରିୟ , ଏହି ଦିନ ଧଳା ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଘିଅରେ ତିଆରି ଧଳା ଜିନିଷ ଭୋଗ ଲଗାଇଲେ ମା’ ମନବାଞ୍ଝା ପୂରଣ କରନ୍ତି ବୋଲି ବିଶ୍ବାସ ରହିଛି ।
୨ . ନବରାତ୍ରିର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ । ଲାଲ୍ ରଙ୍ଗ ମା’ଙ୍କ ଭାରି ପ୍ରିୟ , ଏହି ଦିନ ଚିନି କିମ୍ବା ମିଶ୍ରି ଭୋଗ ଲଗାଇବାର ବିଧାନ ରହିଛି ।
୩ . ନବରାତ୍ରିର ତୃତୀୟ ଦିନରେ ପୂଜା ପାଆନ୍ତି ମା’ ଚନ୍ଦ୍ରଘଣ୍ଟା । ନୀଳ ରଙ୍ଗର ପୋଷାକ ପିନ୍ଧି ତୃତୀୟ ଦିନରେ ମା’ଙ୍କୁ କ୍ଷୀରରେ ତିଆରି ଜିନିଷ ଭୋଗ ଲଗାଯାଏ ।
୪ . ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରେ ସାରା ଜଗତ । ହଳଦିଆ ବସ୍ତ୍ର ପିନ୍ଧି ମା’ଙ୍କୁ ପୂଜା କରିବା ପରେ ମାଲପୁଆ ଭୋଗ ଲଗାଇ ପାରିବେ ।
୫ . ନବରାତ୍ରିର ପଞ୍ଚମ ଦିନଟି ମା’ ସ୍କନ୍ଦମାତାଙ୍କୁ ସମର୍ପିତ । ସବୁଜ ହେଉଛି ମା’ଙ୍କ ପ୍ରିୟ ରଙ୍ଗ । ଫଳପ୍ରିୟା ମା’ଙ୍କୁ ଏହିଦିନ କଦଳୀ ଭୋଗ ଲଗାଯାଏ ।
୬ . ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କୁ ପୂଜା କରାଯାଏ । ଏହି ଦିନ ଫିକା ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ମହୁରେ ତିଆରି ଜିନିଷ ଭୋଗ ଲଗାଇ ପାରିବେ ।
୭ . ନବରାତ୍ରିର ସପ୍ତମ ଦିନରେ ମା କାଳରାତ୍ରିଙ୍କୁ ପୂଜା କରାଯାଏ । ନାରଙ୍ଗୀ ରଙ୍ଗ ପ୍ରିୟା ମା’ଙ୍କୁ ଗୁଡ଼ରେ ତିଆରି ଜିନିଷ ଭୋଗ ଲଗାଯାଏ ।
୮ . ଅଷ୍ଟମ ଦିନରେ ମା’ ମହାଗୌରୀଙ୍କୁ ଆରାଧନା କରେ ସାରା ସଂସାର । ସବୁଜ ରଙ୍ଗ ମା’ଙ୍କ ଭାରି ପ୍ରିୟ , ଏହି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ନଡ଼ିଆରେ ତିଆରି ଜିନିଷ ଭୋଗ ଲଗାଇ ପାରିବେ ।
୯ . ନବରାତ୍ରୀଙ୍କ ଅନ୍ତିମ ଦିନ ଅର୍ଥାତ ନବମ ଦିନରେ ମାତା ସିନ୍ଧିଦାତ୍ରୀଙ୍କୁ କରାଯାଏ ଆରାଧନା । ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ବ୍ୟଞ୍ଜନ ଭୋଗ ଲଗାଇଲେ ମା’ ଜଗଦମ୍ବା ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ବାସ ରହିଛି ।