କନକ ବ୍ୟୁରୋ : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ନବନିର୍ମାଣ ଯୁବଛାତ୍ର ସଂଗଠନର ବିକ୍ଷୋଭ । ରାଜ୍ୟରେ ବଢ଼ୁଥିବା ମହିଳା ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା, ରାହାଜନି ଏହାର ପ୍ରତିବାଦରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍.ଡି. ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ଏକାଧିକ ଯୁବକ ଓ ଛାତ୍ରମାନେ ନିଶା ହଟାଅ ମଣିଷ ବଞ୍ଚାଅ ସ୍ଲୋଗାନ ଦେଇଛନ୍ତି । ଓଡ଼ିଶା ମା ଭଉଣୀଙ୍କୁ ସୁରକ୍ଷା ଦେବାକୁ ଦୁର୍ଗା ପୂଜାରେ ସଂକଳ୍ପ ନେଇଛନ୍ତି ନିବନିର୍ମାଣ ଯୁବକ ଛାତ୍ରମାନେ ।